ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନରେ ମୃତକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି, ଆଫଗାନିସ୍ତାନରେ କମ୍‌…

ମେଲବୋର୍ନ,୧୬।୩ : ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ଘଟିିଥିବା ଲୋକଙ୍କ ସଂଖ୍ୟାରେ ଏକ ରେକର୍ଡ ବୃଦ୍ଧି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୬୪୩ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ପୂର୍ବ ବର୍ଷର ୨୯୨ ମୃତକଙ୍କ ତୁଳନାରେ ପ୍ରାୟ ୧୨୦ ପ୍ରତିଶତ ଅଧିକ। ଅଷ୍ଟ୍ରେଲିଆ ଭିତ୍ତିକ ଇନଷ୍ଟିଚ୍ୟୁଟ ଫର୍‌ ଇକୋନୋମିକ୍ସ ଆଣ୍ଡ ପିସ୍‌ର ବାର୍ଷିକ ଗ୍ଲୋବାଲ ଟେରରିଜିମ ଇଣ୍ଡେକ୍ସ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ସଂଖ୍ୟା ଦ୍ୱିତୀୟ ସର୍ବାଧିକ। ଆଫ୍ରିକାର ଏକ ନମ୍ବର ଦେଶ ହେଉଛି ବୁର୍କିନା ଫାସୋ, ଯେଉଁଠାରେ ଏହି ସମୟରେ ଆତଙ୍କବାଦୀ ଘଟଣାରେ ୧୧୩୫ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୧ ମସିହାରେ, ବୁର୍କିନା ଫାସୋରେ ୭୫୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତକଙ୍କ ମଧ୍ୟରୁ ୫୫ ପ୍ରତିଶତ ସେନା ବା ପୋଲିସ କର୍ମଚାରୀ ଅଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୦୭ ରୁ ୨୦୨୨ପର୍ଯ୍ୟନ୍ତ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ୧୪,୯୨୦ ଲୋକଙ୍କର ଜୀବନ ଯାଇଛି।

ଗ୍ଲୋବାଲ ଆତଙ୍କବାଦ ସୂଚକାଙ୍କ ରିପୋର୍ଟରେ ଆଫଗାନିସ୍ତାନକୁ ଆତଙ୍କବାଦ ପ୍ରଭାବିତ ଦେଶ ବୋଲି ବର୍ଣ୍ଣନା କରାଯାଇଛି। ତେବେ ଗୋଟିଏ ଭଲ କଥା ହେଉଛି ୨୦୨୨ ମସିହାରେ ଆଫଗାନିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ସଂଖ୍ୟା ୫୮ ପ୍ରତିଶତ ହ୍ରାସ ପାଇଛି। ଆଫଗାନିସ୍ତାନରେ ୨୦୨୨ ମସିହାରେ ଆତଙ୍କବାଦୀ ଘଟଣାରେ ୬୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୧୪,୯୯ ଥିଲା। ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ଫେରିବା କାରଣରୁ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଇସଲାମିକ ଷ୍ଟେଟ ଖୋରାସାନ ସବୁଠାରୁ ସକ୍ରିୟ ଆତଙ୍କବାଦୀ ସଂଗଠନ ଭାବରେ ଉଭା ହୋଇଛି। ଆଫଗାନିସ୍ତାନରେ, ଏହି ଆତଙ୍କବାଦୀ ସଂଗଠନ ୨୦୨୨ ମସିହାରେ ୪୨୨ଜଣଙ୍କୁ ହତ୍ୟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri