ମାଲି ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ, ୬ ସେନା ମୃତ ଅନେକ ଆହତ

ବମାକୋ,୨୫ ।୪: ଦକ୍ଷିଣ ଆଫ୍ରିକୀୟ ଦେଶ ମାଲିରେ ରବିବାର ୩ ସେନା ଶିବିରକୁ ଟାର୍ଗେଟ କରି କରାଯାଇଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୬ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଡଜନେରୁ ଅଧିକ ଆହତ ବି ହୋଇଛନ୍ତି । ମାଲିର ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟୁଇଟ କରି ସେନା କହିଛି ବିଶାଳ ମରୁଭୂମୀ ଦେଶର ୩ କେନ୍ଦ୍ରୀୟ ସହର ସେବରେ, ନିୟୋନୋ ଓ ବାଫୋରେ ଏକାଥରେ ଆକ୍ରମଣ ହୋଇଛି । ସେନା କହିଛି ସଶସ୍ତ୍ର ଆତଙ୍କବାଦୀମାନେ ବିସ୍ଫୋରକରେ ଭର୍ତ୍ତି ଆତ୍ମଘତି ଗାଡିର ବ୍ୟବହାର କରି ଏହି ଆକ୍ରମଣ କରିଛନ୍ତି ।
ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଏକ ନିକଟତ ସୁତ୍ର ଦ୍ୱାରା ରବିବାର ସମାଚାର ଏଜେନ୍ସି ଏଏଫପିକୁ ପଠାଇଥିବା ଏକ ଅଡିଓର ସୂଚନା ଅନୁଯାୟୀ, ଫାୟରବ୍ରାଣ୍ଡ ଉପଦେଶକ ଉମାଦୌ ସହ ଜଡିତ ଏକ ଗୋଷ୍ଠୀ ଆକ୍ରମଣ କରିଥିବା ଦାବି କରିଛି । ମୌକିନାର କାତିବା ଗୋଷ୍ଠୀ, ଇସଲାମ ଓ ମୁସଲମାନ(ଜିଏସଆଇଏମ)କୁ ସମର୍ଥନ କରୁଥିବା ଗୋଷ୍ଠୀ ସହ ସମ୍ପର୍କ ରହିଛି, ଯିଏ ଅଲ କାଏଦା ସହ ଜଡିତ ସଙ୍ଗଠନ ଓ ସାହୋଲରେ ସବୁଠାରୁ ବଡ ଜିହାଦି ନେଟୱର୍କ ।

Share