ଇରାନର ଶାହା ଚିରାଗ ମସଜିଦରେ ଆତଙ୍କବାଦୀ ଆକ୍ରମଣ…

ତେହେରାନ,୧୪।୮ : ଇରାନର ଦକ୍ଷିଣ ସହର ଶିରାଜରେ ପବିତ୍ର ଶାହା ଚିରାଗ ମସଜିଦ ଉପରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ କରାଯାଇଛି। ଏକ ବର୍ଷରୁ କମ ସମୟ ମଧ୍ୟରେ ହୋଇଥିବା ଏହି ଦ୍ୱିତୀୟ ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି। ଶିଆ ମୁସଲମାନମାନଙ୍କ ପାଇଁ ଏହା ସବୁଠାରୁ ପବିତ୍ର ସ୍ଥାନ। କୁହାଯାଉଛି ରବିବାର ରାତିରେ ଜଣେ ବନ୍ଧୁକଧାରୀ ଏଠାରେ ଗୁଳି ଚଳାଇଥିଲା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଠ ଜଣ ଆହତ ହୋଇଛନ୍ତି। ରାଜଧାନୀ ଫାର୍ସ ପ୍ରଦେଶର ମସଜିଦ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଇରାନ ପୂର୍ବରୁ ଇସଲାମିକ ଷ୍ଟେଟ (ଆଇଏସ) ର ସୁନ୍ନି ଆତଙ୍କବାଦୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଛି। ସେମାନେ ଶିଆମାନଙ୍କୁ ଅବିଶ୍ୱାସୀ ବୋଲି ଭାବନ୍ତି। ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ଯୋଗୁ ଇରାନ ଅଶାନ୍ତି ଏବଂ ଆର୍ଥିକ ଅସ୍ଥିରତାର ସମ୍ମୁଖୀନ ହେଉଛି। ଇରାନର ସରକାରୀ ଖବର ଏଜେନ୍ସି ଆଇଆରଏନଏସ ରିପୋର୍ଟ କରିଛି ଫାର୍ସ ପ୍ରଦେଶର ସୁରକ୍ଷା ବ୍ୟାପାର ନେଇ ଡେପୁଟି ଗଭର୍ନର ଇସମାଇଲ କେଜଲସୋଫଲା କଡ଼ା ପଦକ୍ଷେପ ନେବାକୁ କହିଛନ୍ତି।

ଫାର୍ସର ପ୍ରଦେଶର ରାଜ୍ୟପାଳ ମହମ୍ମଦ ହାଦି ଇମାନିହ ଇରାନର ରାଜ୍ୟ ଟେଲିଭିଜନ ଚ୍ୟାନେଲକୁ କହିଛନ୍ତି ଜଣେ ବନ୍ଧୁକଧାରୀ ଏହି ଆକ୍ରମଣ କରିଥିଲେ ଏବଂ ପରେ ସୁରକ୍ଷା ବାହିନୀ ତାଙ୍କୁ ଗିରଫ କରିଥିଲେ। ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟରେ ସେ ଆକ୍ରମଣ ପଛର ଉଦ୍ଦେଶ୍ୟ ବିଷୟରେ କିଛି କହି ନାହାନ୍ତି। ଇରାନର ପାଞ୍ଚଟି ଶ୍ରେଷ୍ଠ ଶିଆ ମସଜିଦ ମଧ୍ୟରୁ ଶାହା ଚିରାଗ ଅନ୍ୟତମ। ଏହା ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୭୫ କିଲୋମିଟର ଦକ୍ଷିଣରେ ଅବସ୍ଥିତ। ଏହାପୂର୍ବରୁ, ଅକ୍ଟୋବର ୨୦୨୨ ରେ ଶାହା ଚିରାଗ ଉପରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ।

ଆଇଏସଆଇଏଲ (ଆଇଏସ) ଏହାର ଆମାକ ୱେବସାଇଟ ମାଧ୍ୟମରେ ଏକ ଭିଡିଓ ଜାରି କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି କହିଛି। ଆସିଥିବା ଭିଡିଓଗୁଡିକରେ ଲୋକମାନେ ଭୟଭୀତ ହୋଇ ମସଜିଦରୁ ଦୌଡ଼ି ପଳାଉଥିବା ଏବଂ ଦୋକାନ ବନ୍ଦ କରୁଥିବାର ନଜର ଆସିଛନ୍ତି। ଫଟୋଗ୍ରାଫରେ, କାନ୍ଥ ଏବଂ ଝରକାରେ ଥିବା ବୁଲେଟ ଛିଦ୍ର ଏବଂ ଚଟାଣରେ ରକ୍ତ ଦାଗ ଦେଖାଯାଉଛି।

 

 

Share