Categories: ଜାତୀୟ

ଶ୍ରୀନଗର ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଆହତ

ଜମ୍ମୁ,୧୨ ।୯: ଶ୍ରୀନଗରର ଖାନୟାର ଅଞ୍ଚଳରେ ରବିବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ପୋଲିସ ଟିମ୍‌କୁ ଟାର୍ଗେଟ କରି ଏମାନେ ଆକ୍ରମଣ କରିଥିବା ବେଳେ ଜଣେ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କର ଛାତିରେ ଗୁଳି ବାଜିଥିବା ଜଣାପଡିଛି । ଆହତ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ବନ୍ଦ କରି ଦିଆଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି । ଆତଙ୍କବାଦୀ ସଙ୍ଗଠନ ଟିଆର୍‌ଏଫ୍‌(ଦ ରେଜିଷ୍ଟାନ୍ସ ଫ୍ରଣ୍ଟ) ଏଥିପାଇଁ ନିଜକୁ ଦାୟୀ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ଶ୍ରୀନଗରରେ ଛାନପୋରା ଅଞ୍ଚଳରେ ଥିବା ପୋଲିସ, ସଂଯୁକ୍ତ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଦିନ ପ୍ରାୟ ୧ଟା ବେଳେ ଆକ୍ରମଣ କରିଥିଲେ ।

Share