ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ,…

କରାଚି,୧୪।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଚାଇନା ଇଞ୍ଜିନିୟର ଏବଂ ସୈନ୍ୟ ବାହିନୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ମିଡ଼ିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଚାଇନା ଇଞ୍ଜିନିୟର ରହିଛନ୍ତି। ବସ୍‌ ବିସ୍ଫୋରଣରେ ବହୁ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦସୁ ଡ୍ୟାମ୍‌ରେ କାମ କରୁଥିବା ୩୦ ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ବସ୍‌ଟି ଯାଉଥିବା ସମୟରେ ଅଧାବାଟରେ ଆଇଇଡ଼ି ବିସ୍ଫୋରଣ ହୋଇଥିବା ଉପାୟୁକ୍ତ ମହମ୍ମଦ ଆରିଫ୍‌ ସୂଚନା ଦେଇଛନ୍ତି। ବସ୍‌ର ସୁରକ୍ଷା ଦାୟିତ୍ୱ ପାକିସ୍ତାନ ସୈନ୍ୟ ବାହିନୀ କରୁଥିଲେ। ବିସ୍ଫୋରଣ ନେଇ ତଦନ୍ତ ଜାରି ରହିଛି।

Share