ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ…

ଇସଲାମାବାଦ, ୩୦।୩ : ପାକିସ୍ତାନର ଖାଇବର ପସ୍ତୁନ୍‌ଖ୍ବାଠାରେ ପାରାମିଲିଟାରୀ ଫୋର୍ସଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ତିନି ଜଣ ଆକ୍ରମଣକାରୀଙ୍କର ମଧ୍ୟ ମୃତୂ୍ୟ ହୋଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏପର୍ଯ୍ୟନ୍ତ କେତେ ଆହତ ହୋଇଛନ୍ତି ତାହା ନିଶ୍ଚିତ ହୋଇନାହିଁ। ଆତଙ୍କବାଦୀ ସଂଗଠନ ପାକିସ୍ତାନ ତେହେରିକ-ଇ-ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି କହିଛି।

Share