Categories: ଜାତୀୟ

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୫।୮: ଆତଙ୍କବାଦୀମାନେ ଭାରତରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଲାଗି ପ୍ରସ୍ତୁତ ହେଉଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରିପାରିବେ। ଏହି ଆକ୍ରମଣ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାର ଆଶଙ୍କା ରହିଛି। ନିକଟରେ ପାକିସ୍ତାନର ରାଓ୍ବଲପିଣ୍ଡିଠାରେ ଥିବା ଲଶ୍କର-ଇ-ତୋଇବା ଆତଙ୍କବାଦୀ ଜାକି-ଉର-ରେହମାନଙ୍କ ଘରେ ଆତଙ୍କବାଦୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ବୈଠକରେ ଆକ୍ରମଣର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ବୈଠକରେ ଜୈଶ-ଇ-ମହମ୍ମଦ, ଲଶ୍କର-ଇ-ତାଇବା ଏବଂ ଅଲ ବଦର ଆତଙ୍କବାଦୀ ସଂଗଠନର ସଦସ୍ୟମମାନେ ଅଂଶଗ୍ରହଣ କରିଥିଲେ। ଅଲ ବଦର ସଂଗଠନର କମାଣ୍ଡର ହାମଜା ବୁରହାନ ବୈଠକରେ ଉପସ୍ଥିତ ଥିଲେ। ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ସମର୍ଥନ ମିଳୁଛି। ଆଇଏସ୍‌ଆଇ ନିର୍ଦ୍ଦେଶରେ ଜୈଶ ଏବଂ ଲଶ୍କର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ନୌଶେରା ଏବଂ ଚାମ୍ବ ସେକ୍ଟରଠାରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜମ୍ମୁ କଶ୍ମୀରର ସୀମା ଅଞ୍ଚଳ ଦେଇ ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଦୀର୍ଘ ଦିନ ଧରି ଚାଲିଆସୁଛି। ମାର୍ଚ୍ଚ ୧ରୁ ଜୁଲାଇ ୨୧ ମଧ୍ୟରେ ଚାରିଟି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଏଥିରେ ୨୨ ଜଣ ଆତଙ୍କବାଦୀ ସୀମା ପାର କରି ଭାରତ ସୀମାରେ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗେ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜୈଶ ଆତଙ୍କବାଦୀମାନେ ଆଇଇଡି ଦ୍ୱାରା ଜମ୍ମ-କଶ୍ମୀର ଏବଂ ପଞ୍ଜାବରେ ଧାର୍ମିକ ସ୍ଥାନକୁ ଟାର୍ଗେଟ କରିଛନ୍ତି। ଡ୍ରୋନ ମାଧ୍ୟମରେ ସେନା ଏବଂ ବାୟୁସେନାକୁ ଟାର୍ଗେଟ କରିବାକୁ ମଧ୍ୟ ଉଦ୍ୟମ ହେଉଛି। ଜମ୍ମୁ-କଶ୍ମୀରରେ ଇତିମଧ୍ୟରେ ଲଗାତାର ସନ୍ଦେହଜନକ ଡ୍ରୋନ ଘଟଣା ଘଟୁଛି। ଏନେଇ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Share