Categories: ଜାତୀୟ

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ପୋଲ ତଳୁ ମିଳିଲା ଆଇଇଡ଼ି

ଶ୍ରୀନଗର, ୭।୯: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ସ୍ଥାନୀୟ ଅରାମପୋରା ଅଞ୍ଚଳରେ ଥିବା ସୋପୋର-କୁପଓ୍ବାରା ପୋଲ ତଳେ ଆତଙ୍କବାଦୀମାନେ ଆଇଇଡ଼ି ପ୍ଲାଣ୍ଟ୍‌ କରିଥିଲେ। ସୂଚନା ପାଇ ସୁରକ୍ଷାକର୍ମୀ ଏହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ସନ୍ଦେହ ହେବାରୁ ସିଆର୍‌ପିଏଫ୍‌ ଏବଂ ଭାରତୀୟ ସେନାର ରୋଡ୍‌ ଓପିନିଂ ପାର୍ଟି ଏହାର ଯାଞ୍ଚ୍‌ କରିଥିଲେ। ପୋଲ ତଳେ ଆଇଇଡ଼ି ଥିବା ଜଣାପଡ଼ିବା ପରେ ବୋମା ନିଷ୍କ୍ରିୟ ବାହିନୀର ସହାୟତା ନିଆଯାଇଥିଲା ବୋଲି କୁପଓ୍ବାରା ଏସ୍‌ଏସ୍‌ପି ସୂଚନା ଦେଇଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

Share