Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆଇଇଡ଼ି ଜବତ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ନୌଗାମ୍‌ର କେନହାମ୍‌ ଅଞ୍ଚଳରେ ରେଲଓ୍ବେ କ୍ରସିଂ ନିକଟରୁ ଆଇଇଡ଼ି ଜବତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥରେ ଯାତାୟାତକୁ ବନ୍ଦ କରି ଦିଆଯାଇଛି। ଆଇଇଡ଼ିକୁ ନିଷ୍କ୍ରିୟ କରିବା ଲାଗି ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ ଆରମ୍ଭ କରିଛନ୍ତି। ସିଆର୍‌ପିଏଫ୍‌ର ରୋଡ ଓପନିଂ ପାର୍ଟି ପାଟ୍ରୋଲିଂ ସମୟରେ ସନ୍ଦିଗ୍ଧ ଅବସ୍ଥାରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ। ଏହାପରେ ଏହାର ଯାଞ୍ଚ୍‌ ଆରମ୍ଭ ହୋଇଥିଲା। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳାରେ ଘେରାବନ୍ଦୀ କରାଯାଇଛି।

Share