ବିଦ୍ୟାଳୟରେ ପଶି ଅଣଛାତ୍ରଙ୍କ ଆତଙ୍କରାଜ: ଆକ୍ରମଣରେ ଦୁଇ ଛାତ୍ର ଗୁରୁତର

ଗୋପାଳପୁର,୧୨।୧(ନବୀନରାଜ ଆଚାରୀ): ଗତ କିଛିମାସ ହେଲା ନାବାଳକମାନଙ୍କ ଆପରାଧୀକ କାର୍ଯ୍ୟକଳାପ ବଢ଼ିଚାଲିଛି। ସୋମବାର ମଧ୍ୟାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଫୁଲଟା ଗ୍ରାମସ୍ଥିତ ମା’ ନାରାୟଣୀ ଉଚ୍ଚ ବିଦ୍ୟାଳୟରେ ଅଣଛାତ୍ରମାନେ ପଶି ଆତଙ୍କରାଜ ସୃଷ୍ଟି କରିବାସହ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରମାନେ ହେଲେ ଦଶମ ଶ୍ରେଣୀ ଛାତ୍ର ଓମ ମଣ୍ଡଳ ଓ ଅଷ୍ଟମ ଶ୍ରେଣୀ ଛାତ୍ର ରାମକୃଷ୍ଣ ପ୍ରଧାନ ବୋଲି ସୂଚନା ମିଳିଛି ।
ସୂଚନା ପ୍ରକାରେ, ମା’ ନାରାୟଣୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ  ମୁଖ୍ୟ ଫାଟକ ବନ୍ଦ ଥିବା ବେଳେ ୪ ଜଣ ଅଣଛାତ୍ର ଗେଟ୍‌ ଚଢ଼ି ଲୁହାରଡ଼ ପଞ୍ଚ ଓ ଅନ୍ୟାନ୍ୟ ମରାଣାସ୍ତ୍ର ଧରି ସ୍କୁଲ ଭିତରକୁ ପ୍ରବେଶ କରିଥିଲେ । ପରେ ଓମ ମଣ୍ଡଳଙ୍କୁ ଲୁହା ରଡ଼, ପଥରରେ ମରଣାନ୍ତକ ଆକ୍ରମଣ କରିଥିଲେ ଏଥିସହ ଖେଳୁଥିବା ଛାତ୍ର ରାମକୃଷ୍ଣ ପ୍ରଧାନ ଆକ୍ରମଣରେ ଆହତ ହୋଇଥିଲେ ଏହା ଦେଖି ବିଦ୍ୟାଳୟ ଶିକ୍ଷକ ଓ ଅନ୍ୟମାନେ ତାଙ୍କୁ ସେଠାରୁ ରକ୍ଷା କରିଥିଲେ ମଧ୍ୟ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇ ସାମାନ୍ୟ ଆହତ ହୋଇଥିଲେ। ଓମ ମଣ୍ଡଳ ଅଚେତ ହୋଇପଡ଼ିଥିଲେ ଏବଂ ରାମକୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଦୁଇ ଶିକ୍ଷକ ତୁରନ୍ତ ଉଭୟଙ୍କୁ ଉଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଖବରପାଇ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏସ୍‌ ଧନଞ୍ଜୟ ଓ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚତ୍ ଛାତ୍ରମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମେଡିକାଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।
ଗୋଷ୍ଠୀ ଶିକ୍ଷାଧିକାରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ଏନେଇ ଖୁବଶୀଘ୍ର ଥାନାରେ ଅଭିଯୋଗ ଦିଆଯିବ ବୋଲି କହିଛନ୍ତି ଅନ୍ୟପଟେ ବିଦ୍ୟାଳୟରେ ଅଣଛାତ୍ରମାନଙ୍କ ଏଭଳି ଆତଙ୍କରାଜ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ଅନ୍ୟପଟେ ଏହି ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ଆକ୍ରମଣ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri