ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ କର୍ମଚାରୀ ନିହତ

ଇସଲାମାବାଦ,୧୮ା୧୨: ରବିବାର ପାକିସ୍ତାନର ଖେବର ପଖତୁନଖଓ୍ବା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦକ୍ଷିଣ ଓ୍ବାଜିରିସ୍ତାନ ଆଦିବାସୀ ଜିଲା ସୀମାବର୍ତ୍ତୀ ଲକି ମରଓ୍ବତ ବରଗଇ ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି। ଆତଙ୍କବାଦୀମାନେ ହ୍ୟାଣ୍ଡ ଗ୍ରେନେଡ୍‌ ଏବଂ ରକେଟ ଲଞ୍ଚ ସହିତ ମରଣାନ୍ତକ ଅସ୍ତ୍ରଶସ୍ତ୍ର ଧରିଥିଲେ। ସନ୍ଦିଗ୍ଧ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ୍‌ ସର୍ଚ୍ଚ ଅପରେଶନ ଜାରିରଖିଛି। ଖେବର ପଖତୁନଖଓ୍ବା ପ୍ରଦେଶର ମୁଖ୍ୟମନ୍ତ୍ରୀ ମହମ୍ମଦ ଏହି ଆକ୍ରମଣକୁ ଭୟଭୀତତାର କାର୍ଯ୍ୟ ବୋଲି କହିଛନ୍ତି ଏବଂ ତୁରନ୍ତ ରିପୋର୍ଟ ମାଗିଛନ୍ତି। ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଆକ୍ରମଣକୁ ନିନ୍ଦା କରି ସେ କହିଛନ୍ତି, ଆତଙ୍କବାଦର ସମ୍ପୂର୍ଣ୍ଣ ରୂପେ ବିଲୋପ ନ ହେବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ।

Share