Categories: ଜାତୀୟ

ଦିଲ୍ଲୀରୁ ଆତଙ୍କବାଦୀ ଗିରଫ

ଶ୍ରୀନଗର,୫।୨: ଦିଲ୍ଲୀ ବିମାନବନ୍ଦରରୁ ଶୁକ୍ରବାର ଜୈଶ-ଏ-ମହମ୍ମଦ ସହିତ ଜଡିତ ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ହେଲେ ମୁନୀବ ଅହମଦ ସୋଫି। ତାଙ୍କ ଘର ଜମ୍ମୁ-କଶ୍ମୀରର ବିଜବେହାଡାରେ ବୋଲି ସୂଚନା ମିଳିଛି।
ଜମ୍ମୁ କଶ୍ମୀର ପୋଲିସ ସୂଚନା ମୁତାବକ, ମୁନୀବ ଜୈଶ-ଏ-ମହମ୍ମଦ ଏବଂ ପାକିସ୍ତାନ ଆତଙ୍କବାଦୀ ୱାଲେଦ ଭାଇ ପାଇଁ କାମ କରୁଥିଲେ। ୨୦୨୦ ଜୁଲାଇରେ ଆଇଇଡି ଏକ୍ସଫୋର୍ଟ ଭାବେ କାମ କରୁଥିବା ୱାଲେଦକୁ ପୋଲିସ ନିହତ କରିଥିଲା। ମୁନୀବ ଦୀର୍ଘ ଦିନ ହେଲା ଫେରାର ଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିଲା। ପୂର୍ବରୁ ମୁନୀବଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବା ସହିତ ଲୁକ୍‌ ଆଉଟ ନୋଟିସ ଜାରି ହୋଇଥିଲା।

Share