ଆତଙ୍କ ଖେଳାଉଥିବା ପେସାଦାର ଲୁଟେରା ଗିରଫ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଓ ସୁନା ଚେନ୍‌ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିବା ଜଣେ ପେଷାଦାର ଲୁଟେରାଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାରେ ରହୁଥିବା ନୟାଗଡ଼ ଜିଲା ଟାଉନ ଥାନା ଅଞ୍ଚଳର ରଞ୍ଜନ ପ୍ରଧାନ। ଏଥିସହ ରଞ୍ଜନଙ୍କ ବୟାନ ଆଧାରରେ ତାଙ୍କଠାରୁ ଲୁଟ୍‌ ତଥା ଚୋରି ମୋବାଇଲ ଓ ସୁନା ଚେନ୍‌ କିଣୁଥିବା ୨ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ମୋବାଇଲ କିଣୁଥିବା ଆଲୋକ ନାୟକଙ୍କୁ କ୍ୟାପିଟାଲ ଥାନା ଓ ସୁନା ଚେନ୍‌ କିଣୁଥିବା ଚନ୍ଦନ ମହାରଣାଙ୍କୁ ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ଆଲୋକଙ୍କଠାରୁ ୬ଟି ଚୋରା ମୋବାଇଲ, ଚନ୍ଦନଙ୍କଠୁ ୨ଟି ଚେନ ଏବଂ ମୁଖ୍ୟ ଅଭିଯୁକ୍ତ ରଞ୍ଜନଙ୍କ ପାଖରୁ ୨ଟି ସୁନା ଚେନ୍‌ ଓ ଗୋଟିଏ ବାଇକ ଜବତ ହୋଇଛି। ତିନି ଥାନାରେ ରୁଜୁ ହୋଇଥିବା ୩ଟି ମାମଲାରେ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ରଞ୍ଜନ ଜଣେ ପେଷାଦାର ଲୁଟେରା ହୋଇଥିବାବେଳେ ତାଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୩୦ଟି ମାମଲା ରହିଛି। ତେଣୁ ତାଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।
ଅନୁଯାୟୀ, ରଞ୍ଜନ ବିଶେଷକରି କ୍ୟାପିଟାଲ, ଏୟାରଫିଲ୍ଡ, ଏୟାରପୋର୍ଟ, ଖାରବେଳନଗର ଓ ବଡ଼ଗଡ଼ ଥାନା ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିଲେ। ଏପରିକି ଏହି ମାମଲାରେ ସେ ଏକାଧିକଥର ଜେଲ୍‌ ଯାଇଛନ୍ତି। ଏକ ମାମଲାରେ ସେ ୨ ସପ୍ତାହ ତଳେ ବେଲ୍‌ରୁ ଆସିବା ପରେ ପୁଣି ଲୁଟ୍‌ପାଟ୍‌ ଜାରି ରଖିଥିଲେ। ଶୁକ୍ରବାର ମୋନାଲିସା ମହାନ୍ତିଙ୍କୁ ରଞ୍ଜନ ଓ ତାଙ୍କ ସହଯୋଗୀ କାଳିଆ ନାୟକ ଟାର୍ଗେଟ କରିଥିଲେ। ମୋନାଲିସା ତାଙ୍କ ପୁଅକୁ ସ୍କୁଟିରେ ବସାଇ ବିଜେବି କଲେଜରେ ପଢ଼ୁଥିବା ତାଙ୍କୁ ଝିଅଙ୍କୁ ଆଣିବାକୁ ଯାଇଥିଲେ। ଦିନ ପ୍ରାୟ ୧ଟାବେଳେ ବଡ଼ଗଡ଼ ଥାନା ଅନ୍ତର୍ଗତ ତାରା ପଟ୍ଟନାୟକ ଗଳି ଦେଇ ଘରକୁ ଫେରୁଥିଲେ। ପଛରେ ତାଙ୍କ ଝିଅ ମଧ୍ୟ ଅନ୍ୟଏକ ସ୍କୁଟିରେ ଆସୁଥିଲେ। ଏହି ସମୟରେ ପିଛା କରୁଥିବା ଅଭିଯୁକ୍ତଦ୍ୱୟ ମୋନାଲିସାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଫଳରେ ସ୍କୁଟିରୁ ପଡ଼ି ମୋନାଲିସା ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏନେଇ ମହିଳାଙ୍କ ସ୍ବାମୀ ମନୋଜ କୁମାର ପାତ୍ର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ.୧୯୯/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ରଞ୍ଜନ ଧରାପଡ଼ିବା ପରେ ସେ ଆଲୋକଙ୍କୁ ମୋବାଇଲ ଓ ଚନ୍ଦନଙ୍କୁ ଚେନ ବିକ୍ରି କରୁଥିଲେ ବୋଲି ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri