ଆତଙ୍କ ଖେଳାଉଥିବା ପେସାଦାର ଲୁଟେରା ଗିରଫ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଓ ସୁନା ଚେନ୍‌ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିବା ଜଣେ ପେଷାଦାର ଲୁଟେରାଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାରେ ରହୁଥିବା ନୟାଗଡ଼ ଜିଲା ଟାଉନ ଥାନା ଅଞ୍ଚଳର ରଞ୍ଜନ ପ୍ରଧାନ। ଏଥିସହ ରଞ୍ଜନଙ୍କ ବୟାନ ଆଧାରରେ ତାଙ୍କଠାରୁ ଲୁଟ୍‌ ତଥା ଚୋରି ମୋବାଇଲ ଓ ସୁନା ଚେନ୍‌ କିଣୁଥିବା ୨ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ମୋବାଇଲ କିଣୁଥିବା ଆଲୋକ ନାୟକଙ୍କୁ କ୍ୟାପିଟାଲ ଥାନା ଓ ସୁନା ଚେନ୍‌ କିଣୁଥିବା ଚନ୍ଦନ ମହାରଣାଙ୍କୁ ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ଆଲୋକଙ୍କଠାରୁ ୬ଟି ଚୋରା ମୋବାଇଲ, ଚନ୍ଦନଙ୍କଠୁ ୨ଟି ଚେନ ଏବଂ ମୁଖ୍ୟ ଅଭିଯୁକ୍ତ ରଞ୍ଜନଙ୍କ ପାଖରୁ ୨ଟି ସୁନା ଚେନ୍‌ ଓ ଗୋଟିଏ ବାଇକ ଜବତ ହୋଇଛି। ତିନି ଥାନାରେ ରୁଜୁ ହୋଇଥିବା ୩ଟି ମାମଲାରେ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ରଞ୍ଜନ ଜଣେ ପେଷାଦାର ଲୁଟେରା ହୋଇଥିବାବେଳେ ତାଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୩୦ଟି ମାମଲା ରହିଛି। ତେଣୁ ତାଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।
ଅନୁଯାୟୀ, ରଞ୍ଜନ ବିଶେଷକରି କ୍ୟାପିଟାଲ, ଏୟାରଫିଲ୍ଡ, ଏୟାରପୋର୍ଟ, ଖାରବେଳନଗର ଓ ବଡ଼ଗଡ଼ ଥାନା ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିଲେ। ଏପରିକି ଏହି ମାମଲାରେ ସେ ଏକାଧିକଥର ଜେଲ୍‌ ଯାଇଛନ୍ତି। ଏକ ମାମଲାରେ ସେ ୨ ସପ୍ତାହ ତଳେ ବେଲ୍‌ରୁ ଆସିବା ପରେ ପୁଣି ଲୁଟ୍‌ପାଟ୍‌ ଜାରି ରଖିଥିଲେ। ଶୁକ୍ରବାର ମୋନାଲିସା ମହାନ୍ତିଙ୍କୁ ରଞ୍ଜନ ଓ ତାଙ୍କ ସହଯୋଗୀ କାଳିଆ ନାୟକ ଟାର୍ଗେଟ କରିଥିଲେ। ମୋନାଲିସା ତାଙ୍କ ପୁଅକୁ ସ୍କୁଟିରେ ବସାଇ ବିଜେବି କଲେଜରେ ପଢ଼ୁଥିବା ତାଙ୍କୁ ଝିଅଙ୍କୁ ଆଣିବାକୁ ଯାଇଥିଲେ। ଦିନ ପ୍ରାୟ ୧ଟାବେଳେ ବଡ଼ଗଡ଼ ଥାନା ଅନ୍ତର୍ଗତ ତାରା ପଟ୍ଟନାୟକ ଗଳି ଦେଇ ଘରକୁ ଫେରୁଥିଲେ। ପଛରେ ତାଙ୍କ ଝିଅ ମଧ୍ୟ ଅନ୍ୟଏକ ସ୍କୁଟିରେ ଆସୁଥିଲେ। ଏହି ସମୟରେ ପିଛା କରୁଥିବା ଅଭିଯୁକ୍ତଦ୍ୱୟ ମୋନାଲିସାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଫଳରେ ସ୍କୁଟିରୁ ପଡ଼ି ମୋନାଲିସା ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏନେଇ ମହିଳାଙ୍କ ସ୍ବାମୀ ମନୋଜ କୁମାର ପାତ୍ର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ.୧୯୯/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ରଞ୍ଜନ ଧରାପଡ଼ିବା ପରେ ସେ ଆଲୋକଙ୍କୁ ମୋବାଇଲ ଓ ଚନ୍ଦନଙ୍କୁ ଚେନ ବିକ୍ରି କରୁଥିଲେ ବୋଲି ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri