Posted inଜାତୀୟ

ଆତଙ୍କବାଦୀ କାର୍ଯ୍ୟକଳାପକୁ ଯଥାର୍ଥ କୁହାଯାଇ ପାରିବ ନାହିଁ…

ମୁମ୍ବାଇ,୧୯।୧୦ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିୟା ଗୁଟେରସ ବୁଧବାର ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ନିହତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଖରାପ ବୋଲି କହିଥିଲେ ଏବଂ କୌଣସି କାରଣ ବା ବାହାନା ଏହାକୁ ଯଥାର୍ଥ କରିପାରିବ ନାହିଁ ବୋଲି କହିଛନ୍ତି।

୨୬ ନଭେମ୍ବର ୨୦୦୮ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସ୍ମରଣ କରିବା ପାଇଁ ମୁମ୍ବାଇର ତାଜ ହୋଟେଲରେ ଥିବା ଏକ ସ୍ମୃତି ସଂଗ୍ରହାଳୟରେ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି, ମୁଁ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି। ସେମାନେ ଆମ ଦୁନିଆର ହିରୋ। ମୁଁ ସେମାନଙ୍କ ପରିବାର, ସେମାନଙ୍କର ବନ୍ଧୁ, ଭାରତର ଲୋକ ଏବଂ ମୁମ୍ବାଇରେ ପ୍ରାଣ ହରାଇଥିବା ବିଶ୍ୱର ଅନ୍ୟ ସମସ୍ତଙ୍କୁ ମୋର ଗଭୀର ସମବେଦନା ଜଣାଉଛି।

ଶ୍‌ବର୍ତ୍ତମାନର ଦୁନିଆରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ। ମୁମ୍ବାଇ ଆକ୍ରମଣ ଇତିହାସର ସବୁଠାରୁ ବର୍ବର ଆତଙ୍କବାଦୀ କାର୍ଯ୍ୟ ମଧ୍ୟରୁ ଅନ୍ୟତମ, ଯେଉଁଥିରେ ୧୬୬ ଜଣଙ୍କ ଜୀବନ ଯାଇଥିଲା।

ଜାତିସଂଘ ମୁଖ୍ୟଙ୍କ ଏହି ବିବୃତ୍ତି ପାକିସ୍ତାନ ଏବଂ ଚାଇନ ଭଳି ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶମାନଙ୍କ ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍କୋର, ଜାଣନ୍ତୁ କେତେ ଥିଲା ସ୍କୋର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପର ଇତିହାସ ରୋମାଞ୍ଚକର ପ୍ରତିଯୋଗିତା, ହାଇ ସ୍କୋର ଏବଂ ଶେଷ ଓଭର ପର୍ଯ୍ୟନ୍ତ ଲମ୍ବିଥିବା ମ୍ୟାଚ ପାଇଁ ଜଣାଶୁଣା। ତଥାପି, ଏହି…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁ ନିକଟ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଗୋଟିଏ ପରିବାରର ୪…

ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି।…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ…

ବାଣିଜ୍ୟ, ପ୍ରତିରକ୍ଷାରେ ସହଯୋଗ ବଢ଼ାଇବେ ଭାରତ, ମାଲେସିଆ

କୁଆଲାଲୁମ୍ପୁର,୯ା୨(ପି.ଟି.): ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ଆଧୁନିକ ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ଆଦି ସର୍ବାଧିକ ପ୍ରାଥମିକତା ଥିବା ସେକ୍ଟରରେ ଭାରତ ଓ ମାଲେସିଆ ସମ୍ପର୍କ ବଢ଼ାଇବା ପାଇଁ…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri