ଆତଙ୍କବାଦ ମାନବିକତା ପାଇଁ ସବୁଠାରୁ ବଡ ବିପଦ, ଏସିଆ-ଆଫ୍ରିକାରେ ବୃଦ୍ଧି ପାଉଛି…

ଜେନେଭା,୨୯।୧୦ : ଆତଙ୍କବାଦକୁ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଣତ କରିଥିବା ଦେଶମାନଙ୍କୁ ଚେତାବନୀ ଦେବା ପାଇଁ ଜାତିସଂଘର ଆତଙ୍କବାଦ ବିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ପ୍ରଭାବଶାଳୀ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ସ୍ପଷ୍ଟ ଭାବେ କହିଛନ୍ତି। ପାକିସ୍ତାନର ନାମ ନନେଇ ସେ ଏଭଳି ମତପୋଷଣ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର (ୟୁଏନଏସସି) ଆତଙ୍କବାଦ ବିରୋଧୀ କମିଟି ବୈଠକରେ ସମ୍ବୋଧିତ କରି ଜୟଶଙ୍କର ଆତଙ୍କବାଦକୁ ମାନବିକତା ପାଇଁ ସବୁଠାରୁ ବଡ ବିପଦ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ମିଳିତ ଜାତିସଂଘର ଉଦ୍ୟମ ସତ୍ତ୍ୱେ ବିଶେଷ କରି ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦର ବିପଦ ଆଶଙ୍କା ବୃଦ୍ଧି ପାଉଛି ।
ଆତଙ୍କବାଦ ମୁକାବିଲା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଶୈଳୀ ଗଠନ କରାଯାଇଛି।

ଆତଙ୍କବାଦକୁ ମୁକ୍ତ ସମାଜର ନୈତିକ ସ୍ବାଧୀନତା ସହନଶୀଳତା୍‌ ଏବଂ ପ୍ରଗତି ଉପରେ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ନୂତନ ଟେକ୍ନୋଲୋଜିର ଅପବ୍ୟବହାର ମାଧ୍ୟମରେ ବିପଦ ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀ ଗୋଷ୍ଠୀର ଟୁଲକିଟ୍‌ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଭାବଶାଳୀ ଉପକରଣ ଭାବରେ ଉଭା ହୋଇଛି। ନିକଟ ଅତୀତରେ, ବିଶେଷ ଭାବରେ ମୁକ୍ତ ଏବଂ ଉଦାରବାଦୀ ସମାଜରେ ଆତଙ୍କବାଦୀ ଗୋଷ୍ଠୀ, ସେମାନଙ୍କର ଆଦର୍ଶ ଅନୁସରଣକାରୀଙ୍କ ମାଧ୍ୟମରେ ଏହି ଜ୍ଞାନକୌଶଳରେ ପ୍ରବେଶ କରି ନିଜର ଦକ୍ଷତା ବୃଦ୍ଧି କରିଛନ୍ତି।

ଆତଙ୍କବାଦୀଙ୍କ ଦ୍ୱାରା ସଶସ୍ତ୍ର ଡ୍ରୋନ ବ୍ୟବହାରକୁ ନେଇ ସଦସ୍ୟ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

Share