ଦକ୍ଷିଣ ଏସିଆରେ ଆତଙ୍କବାଦ, ୨୨ ବର୍ଷରେ ଲକ୍ଷେ ୪୦ ହଜାରରୁ ଅଧିକ ଆକ୍ରମଣ…

ନୂଆଦିଲ୍ଲୀ/କାବୁଲ/ଇସଲାମାବାଦ, ୨୬।୪ : ଭାରତ ସମେତ ଦକ୍ଷିଣ ଏସିଆରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଗତ ୨୨ ବର୍ଷ ମଧ୍ୟରେ ଦକ୍ଷିଣ ଏସିଆର ଆଫଗାନିସ୍ତାନ, ପାକିସ୍ତାନ, ଭାରତ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ମାଳଦ୍ୱୀପ ଏବଂ ଭୁଟାନ ଆଦି ଦେଶରେ ଲକ୍ଷେ ୪୦ ହଜାରରୁ ଅଧିକ ଆତଙ୍କବାଦୀ ଆକ୍ରମଣ ଘଟିଛି ଥିବା ନେଇ ସାଉଥ୍‌ ଏସିଆ ଟେରରିଷ୍ଟ୍‌ ପୋର୍ଟାଲରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୨୦୦୦ଠାରୁ ୧୯ ଏପ୍ରିଲ୍‌ ୨୦୨୨ ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର ରିପୋର୍ଟ ଏଥିରେ ପ୍ରକାଶିତ ହୋଇଛି। ସର୍ବାଧିକ ଆତଙ୍କବାଦୀ ଆକ୍ରମଣ ଆଫଗାନିସ୍ତାନରେ ଘଟିଛି। ଆଫଗାନିସ୍ତାନରେ ମୋଟ ୬୪,୦୨୭ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ରହିଛି। ପାକିସ୍ତାନରେ ଏହି ସମୟ ମଧ୍ୟରେ ୨୯,୭୮୧ ଆତଙ୍କବାଦୀ ଆକ୍ରମଣ ଘଟିଛି।

ତାଲିକାରେ ତିୃତୀୟ ସ୍ଥାନରେ ଭାରତ ରହିଛି। ଭାରତରେ ଗତ ୨୨ ବର୍ଷ ମଧ୍ୟରେ ୨୩,୨୫୭ ଆତଙ୍କବାଦୀ ଆକ୍ରମଣ ଘଟିଛି। ସେହିପରି ଶ୍ରୀଲଙ୍କାରେ ୧୪,୪୮୦, ନେପାଳରେ ୭,୧୩୫, ବାଂଲାଦେଶରେ ୫,୯୦୭,ମାଳଦ୍ୱୀପରେ ୩୪ ଏବଂ ଭୁଟାନରେ ୨୮ ଆତଙ୍କବାଦୀ ଆକ୍ରମଣ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share