ପୁଣି କରୋନା ଆତଙ୍କ, ୪ ଲକ୍ଷ ଲୋକ ଘରେ ବନ୍ଦ…

ବେଜିଂ,୨୬।୧୦: ଚାଇନାର ବିଭିନ୍ନ ସହରକୁ ପୁଣି ଥରେ କରୋନା ଫେରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାଇନାର ଲାଝୁଂ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଏଠାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ୪ ଲକ୍ଷ ଲୋକ ଘରେ ବନ୍ଦ ରହିବାକୁ ବାଧ୍ୟ ହୋଇଛନ୍ତି। ଲାଝୁଂ ସହର ଜନସଂଖ୍ୟା ୪ ଲକ୍ଷରୁ ୫ ଲକ୍ଷ ମଧ୍ୟରେ। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।

ସହରରେ ମଙ୍ଗଳବାର ୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ପ୍ରଶାସନ ପକ୍ଷରୁ ଜିରୋ ଟଲୋରାନ୍ସ୍‌ ନୀତି ଅନ୍ତର୍ଗତ ଲାଝୁଂ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଜରୁରୀକାଳୀନ ସେବା ଏବଂ ମେଡ଼ିକାଲ ସୁବିଧା ପୂର୍ବ ପରି ଜାରି ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ଚାଇନାର ଦୁଇ ଉତ୍ତର ଅଞ୍ଚଳରେ ୨୦ ଅକ୍ଟୋବର ଠାରୁ ଲକ୍‌ଡାଉନ୍‌ ଜାରି ରହିଛି। ସଂକ୍ରମଣ ବଢୁଥିବାରୁ ସ୍କୁଲ, କଲେଜ ଏବଂ ବିମାନ ସେ ବନ୍ଦ ହେବାରେ ଲାଗିଛି।

Share