Posted inଜାତୀୟ

ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ, ମଲେଣି ୩୭ ହଜାରରୁ ଅଧିକ ଘୁଷୁରୀ…

ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ବର୍ତ୍ତମାନ ଦେଶର ମିଜୋରାମ, ତ୍ରିପୁରା ଏବଂ ସିକିମ ଆଦି ୩ ଉତ୍ତର-ପୂର୍ବ ରାଜ୍ୟରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ ଦେଖାଦେଇଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମିଜୋରାମ ରାଜ୍ୟ ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରିଛନ୍ତି। ତେବେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ଯୋଗୁ ଏପର୍ଯ୍ୟନ୍ତ ୩୭ ହଜାରରୁ ଅଧିକ ଘୁଷୁରୀଙ୍କର ମୃତ୍ୟୁ ଘଟିଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ରାଜ୍ୟ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ମନ୍ତ୍ରୀ ଡ.କେ. ବିଛୁଆ ପିଟିଆଇକୁ କହିଛନ୍ତି ଯେ ଏହି ରୋଗକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ଜୋରା ମଥାଙ୍ଗା ଅନୁମୋଦନ କରିଛନ୍ତି। ଏଥି ସହିତ ଖୁବ ଶୀଘ୍ର ଏକ ସରକାରୀ ସୂଚନା ଦିଆଯିବ ବୋଲି ଆଶା କରାଯାଉଛି।

ରାଜ୍ୟର ସାତଟି ଜିଲାର ୫୦ ରୁ ଅଧିକ ଗାଁ ଏହି ରୋଗ ବ୍ୟାପିଛି। ଆଫ୍ରିକାନ୍‌ ସ୍ବାଇନ ଫ୍ଲୁ ଏକ ଅତ୍ୟଧିକ ସଂକ୍ରାମକ ଏବଂ ବିପଜ୍ଜନକ ପ୍ରାଣୀ ରୋଗ ଯାହା ଘରୋଇ ଏବଂ ବଣୁଆ ଘୁଷୁରୀକୁ ସଂକ୍ରମିତ କରିଥାଏ। ଏହାର ସଂକ୍ରମଣ ଯୋଗୁ ଘୁଷୁରୀମାନଙ୍କୁ ହେମୋରାଜିକ ଜ୍ୱର ହୋଇଥାଏ।

୧୯୨୦ ଦଶକରେ ଆଫ୍ରିକାରେ ଏହି ରୋଗ ପ୍ରଥମେ ଦେଖାଯାଇଥିଲା। ଏହି ରୋଗରେ ମୃତ୍ୟୁ ହାର ଶତପ୍ରତିଶତ ପାଖାପାଖି ଅଛି ଏବଂ ଏପର୍ଯ୍ୟନ୍ତ ଏହି ଜ୍ୱରର କୌଣସି ଉପଶମ ନାହିଁ। ଏହାର ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ଆକ୍ରାନ୍ତ ପ୍ରାଣୀମାନଙ୍କୁ ହତ୍ୟା କରିବା। ଅପରପକ୍ଷରେ, ଯେଉଁମାନେ ଏହି ରୋଗରେ ପୀଡିତ ଘୁଷୁରୀ ମାଂସ ଖାଇଥା’ନ୍ତି, ସେମାନଙ୍କଠାରେ ଜ୍ୱର, ଅବସାଦ ଭଳି କେତେକ ଗମ୍ଭୀର ସମସ୍ୟା ଆରମ୍ଭ ହୋଇଥାଏ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେ ୨୫ ରେ ପ୍ରକାଶିତ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଦର୍ଶାଇଛି ଯେ ମାର୍ଚ୍ଚ ୨୦୨୧ ପରଠାରୁ ଏହି ରୋଗ ରେ ୩୭ ହଜାରରୁ ଅଧିକ ଘୁଷୁରୀଙ୍କର ମୃତ୍ୟୁ ଘଟିଛି। ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ୍‌ ଯୋଗୁ ଘୁଷୁରୀ ପାଳନ କରିଥିବା ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ରୋଗର ସଂକ୍ରମଣକୁ ରୋକିବା ପାଇଁ ଇତିମଧ୍ୟରେ ୧୪,୧୭୪ ଘୁଷୁରୀଙ୍କୁ ହତ୍ୟା କରାଯାଇଛି।

ଏହି ତଥ୍ୟରେ କୁହାଯାଇଛି ଯେ ଚଳିତ ବର୍ଷ ଫେବୃଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁରେ ୩,୮୯୦ ଘୁଷୁରୀଙ୍କର ମୃତ୍ୟୁ ଘଟିଛି। ସେହିପରି ସଂକ୍ରମଣକୁ ରୋକିବା ଲାଗି ୩,୨୬୪ ଘୁଷୁରୀଙ୍କୁ ହତ୍ୟା କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଚାଷୀମାନଙ୍କୁ ହତ୍ୟା କରାଯାଇଥିବା ଘୁଷୁରୀ ପାଇଁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ମିଜୋରାମ, ତ୍ରିପୁରା ଏବଂ ସିକିମରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ସଂକ୍ରମଣ ଯୋଗୁ ସରକାର ଲୋକଙ୍କୁ ଘୁଷୁରୀ ମାଂସ ଖାଇବାକୁ ବାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri