ଆଗେ ଆଗେ ଦନ୍ତା, ପଛେ ପଛେ ଲୋକେ- ବନ ବିଭାଗ କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଆନନ୍ଦପୁର ୬।୬(ସୁଶାନ୍ତ କୁମାର ସାହୁ ): ଗାଁ ପରେ ଗାଁ ବୁଲୁଛି ଦନ୍ତା । ଆଗେ ଆଗେ ଦନ୍ତା ପଛେ ପଛେ ସ୍ଥାନୀୟ ଲୋକେ ଓ ବନ ବିଭାଗ କର୍ମଚାରୀ । ଆଜି ସକାଳୁ ସକାଳୁ ଆନନ୍ଦପୁର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହାତୀର ଉପସ୍ଥିତି ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ। ଗୋଠଛଡା ଏହି ଦନ୍ତା ହାତୀଟି ଆଜି ସକାଳେ ପ୍ରଥମେ ଆନନ୍ଦପୁର କଲେଜ ପଛପାଖ ଆମ୍ବତୋଟା ନିକଟରେ ଦେଖିବାକୁ ମିଳିଥିଲା । ଲୋକେ ହାତୀକୁ ଦେଖିବାପରେ ହୋହଲ୍ଲା କରିବା ଆରମ୍ଭ କରିଥିଲେ। ଅନେକ ଲୋକ ରୁଣ୍ଡ ହେବାରୁ ହାତୀଟି ଆଗକୁ ଆଗେଇ ଚାଲିଥିଲାା ପରେ ପେରେ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀକୁ ଜଙ୍ଗଲ ମୁହାଁ କରିବାକୁ ପ୍ରୟାସ ଚଳାଇଥିଲେ । ସେଠାରୁ ବାହାରି ହାତୀ ଖଡିପାଳ , ବଳଦୁଆଁ , ବାଲିପଶି ଗାଁ ଦେଇ ଏବେ ବାଉଁସଗଡ ଜଙ୍ଗଲ ନିକଟେ ରହିଛି ।ଏହି ବାଟରେ ଯିବା ସମୟରେ ଅନେକ ଲୋକଙ୍କ ବାଡିରେ ଥିବା ଆମ୍ବ ଖାଇବା ସହ ଗଛକୁ ମଧ୍ୟ ଭାଙ୍ଗି ପକାଇଥିବା କହିଛନ୍ତି ଲୋକେ।

Odisha’s No.1 Odia Daily

Share