୨୦୨୧ରେ ବି ପୁଣି ସୃଷ୍ଟି ହୋଇପାରେ ଆତଙ୍କ !

ସୋଫିଆ,୨୬।୧୨: ବିଦାୟ ନେବାକୁ ଯାଉଛି ୨୦୨୦। ଆଉ କିଛି ଦିନ ପରେ ନୂଆବର୍ଷ ୨୦୨୧ ଆସିବ। ଲୋକେ ପୁରୁଣା ବର୍ଷର ଦୁଃଖ ଭୁଲି ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଦ୍ୱାରା ରଚିତ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ, ୨୦୨୧ ବର୍ଷରେ ବି ପୁଣି ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ। ବାବା ଭେଙ୍ଗାଙ୍କ ବହୁ ଭବିଷ୍ୟବାଣୀ ପରବର୍ତ୍ତୀ ସମୟରେ ସତ୍ୟରେ ପରିଣତ ହୋଇଛି। ୨୦୨୧ରେ ଆକାଶରୁ ବଡ଼ ବଡ଼ ଉଲକାପିଣ୍ଡ ଖସିବ ବୋଲି ବାବାଙ୍କ ପୁସ୍ତକରେ ଦର୍ଶାଯାଇଛି। ୟୁରୋପରେ ରାସାୟନିକ ଆକ୍ରମଣ ଆଶଙ୍କା ରହିଛି। ରୁଷ୍‌ର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ୨୦୨୧ରେ ହତ୍ୟା କରାଯିବ ବୋଲ ଏଥିରେ ଉଲ୍ଲେଖ ରହିଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୟଙ୍କର ରୋଗଗ୍ରସ୍ତ ହେବେ। ତାଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିବ। ଅନ୍ୟଗ୍ରହରେ ଜୀବନ ସନ୍ଧାନ ୨୦୨୧ରେ ମିଳିବ। କର୍କଟର ଚିକିତ୍ସାର ସୂତ୍ର ୨୦୨୧ରେ ମିଳିବ। ଅପରପକ୍ଷରେ ଚାଇନାର ଶକ୍ତି ବୃଦ୍ଧି ପାଇବ ବୋଲି ବାବା ଭେଙ୍ଗାଙ୍କ ପୁସ୍ତକରେ କୁହାଯାଇଛି। ବାବା ଭେଙ୍ଗା ୧୯୧୧ ଜାନୁୟାରୀ ୩୧ରେ ଉତ୍ତର ମ୍ୟାସିଡ଼ୋନିଆର ଷ୍ଟ୍ରୁମାଇକାଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୬ ଅଗଷ୍ଟ ୧୧ରେ ବୁଲଗେରିଆର ରାଜଧାନୀ ସୋଫିଆରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ୧୨ ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରାଇ ବସିଥିବା ବାବା ଭେଙ୍ଗା ଭବିଷ୍ୟବାଣୀ କ୍ଷେତ୍ରରେ ବେଶ୍‌ ପରିଚିତି ହାସଲ କରିପାରିଥିଲେ। ସୋଭିଏତ୍‌ ୟୁନିଅନର ବିଘଟନ, ୨୦୦୧ରେ ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟର ଆତଙ୍କବାଦୀ ଆକ୍ରମଣ, ୧୯୯୭ରେ ପ୍ରିନ୍ସ୍‌ ଡାଏନାଙ୍କ ମୃତ୍ୟୁ, ୨୦୦୪ରେ ହୋଇଥିବା ଜାପାନ ସୁନାମୀ ଆଦି ସତ୍ୟ ହୋଇସାରିଛି। ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri