ଭଦୋଦରା,୧୮ା୧୧: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍କିସ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଜାମିନ ମିଳିବା ପରେ ଏଥିରେ ଭୟଭୀତ ହୋଇ ବିଲ୍କିସ୍ ଗୁଜରାଟ ଛାଡ଼ିଛନ୍ତି। ଦୋଷୀ ବିପିନ ଚନ୍ଦ୍ର ଯୋଶୀ ଏବଂ ପ୍ରଦୀପ ମୋର୍ଢିୟାଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖି ସୁପ୍ରିମକୋର୍ଟ ଅକ୍ଟୋବର ୨୮ରେ ଜାମିନ ପ୍ରଦାନ କରିବା ପରେ ଗତ ୨ ତାରିଖରୁ ବିଲ୍କିସ ଓ ତାଙ୍କ ପରିବାର ଅନ୍ୟତ୍ର ଚାଲିଯାଇଛନ୍ତି ବୋଲି ଜଣେ ସମ୍ପର୍କୀୟ ରଜାକ ମନସୁରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଗୁଜରାଟ ଦଙ୍ଗା ସମୟରେ ବିଲ୍କିସ ବାନୋଙ୍କୁ ବଳାକତ୍ାର ଏବଂ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ସହ ଜାମିନ ପ୍ରଦାନ କରିଥିବା ସୁପ୍ରିମକୋର୍ଟଙ୍କ ଆଦେଶକୁ ବାନୋ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ବରିଷ୍ଠ ଓକିଲ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ସେ କହିଛନ୍ତି, ତାଙ୍କୁ କୌଣସି ସୂଚନା ନ ଦେଇ କିମ୍ବା ତାଙ୍କ ପକ୍ଷ ଶୁଣିବାକୁ ସୁଯୋଗ ନ ଦେଇ ଏହି ଆଦେଶ ପାରିତ ହୋଇଛି। ତାଙ୍କ କଥା ନ ଶୁଣି ସୁପ୍ରିମକୋର୍ଟ କିପରି ଏଭଳି ଆଦେଶ ଦେଇପାରିଲେ ସେନେଇ ବାନୋ ପ୍ରଶ୍ନ ଉଠାଇଛନ୍ତି। ଦ୍ୱିତୀୟ ଥର ପାଇଁ ଏଭଳି ଘଟିଥିବା ସେ କହିଛନ୍ତି। ଗତ ୨୪ ବର୍ଷ ଧରି ସେ କେବଳ ନିଜ ପାଇଁ ନୁହେଁ ବରଂ ସବୁଠାରେ ଥିବା ମହିଳାମାନଙ୍କ ନ୍ୟାୟ ପାଇଁ ବାରମ୍ବାର ଲଢ଼େଇ କରିଆସିଛନ୍ତି।