Categories: ଫୁରସତ

ଭୟଙ୍କର ପ୍ରି-ଓ୍ବେଡିଂ ଫଟୋଶୁଟ୍‌: ଭିଡିଓ ଦେଖିଲେ…

ଆଜିକାଲି ବିବାହରେ ଫଟୋଶୁଟ୍‌ ଏକ ଅଭିଚ୍ଛେଦ୍ୟ ଟ୍ରେଣ୍ଡ ହୋଇଗଲାଣି। ଏବେ ବିବାହ ପୂର୍ବରୁ ମଧ୍ୟ ଯୁବକ-ଯୁବତୀ ଫଟୋଶୁଟ୍‌ କରୁଥିବାର ଦେଖାଯାଏ। ଏହି ଫଟୋଶୁଟଗୁଡ଼ିକ ଦମ୍ପତିଙ୍କ ସମ୍ପର୍କର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ ହୋଇଥାଏ। ନିକଟରେ ବିବାହ ଫଟୋଶୁଟ୍‌ରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ଥାଇଲାଣ୍ଡରେ ଏକ ଯୁବତୀ ଯୁବକ ବିବାହ ପୂର୍ବରୁ କଫିନରେ ଭୟାନକ ପ୍ରି-ଓ୍ବେଡିଂ ଫଟୋଶୁଟ୍‌ କରିଛନ୍ତି। ଫେସବୁକରେ ୩୨ ବର୍ଷିୟ ଥାଇ ଗ୍ରାଫିକ ଡିଜାଇନର୍‌ ନଣ୍ଟସ କଙ୍ଗଚାଓ ଏବଂ ତାଙ୍କ ମହିଳା ସାଥୀ ଦ୍ୱାରା ପୋଷ୍ଟ ହୋଇଥିବା ଏହି ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକରେ ଉଭୟଙ୍କୁ ବିବାହ ଶୁଟ ପିନ୍ଧି ଶ୍ମଶାନରେ ପୋଜ୍‌ ଦେଉଥିବାର ଦେଖାଯାଏ। ଉଭୟ କେବଳ ଏତିକିରେ ଅଟକି ନ ଥିଲେ, କିନ୍ତୁ ଗୋଟିଏ ପାଦ ଆଗକୁ ଯାଇ କିଛି ଅନନ୍ୟ କାର୍ଯ୍ୟ କରିଥିଲେ। ବର ଏକ କଫିନ୍‌ରେ ଶୋଇଥାନ୍ତି କନ୍ୟା ତାଙ୍କ ପାଖରେ ବସିଥିବାର ଦେଖାଯାଇଛି।

Share