ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ଟିଟିଲାଗଡ଼,୧୫।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।ଦୁଇ ଘଣ୍ଟା ବିତିଯାଇଥିଲେ ବର୍ତ୍ତମାନ ସୁଦ୍ଧା ସୁଦ୍ଧା ନିଆଁ ଆୟତ୍ତ କରାଯାଇପାରି ନାହିଁ।
ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ନିଆଁର ଭୟାବହ ଏତେ ଯେ, ନିକଟସ୍ଥ ଗାଁ ସିଲେଟପଡା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।