ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି ୧୪ ଏଏ ୧୦୪ କୋଇଡାରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଡିଭାଇଡର୍‌ ଡେଇଁ ଅପରପାର୍ଶ୍ୱରୁ କୋଇଡ଼ା ଆସୁଥିବା ଏକ ହାଇଓ୍ବା ଓଡି ୧୪ କେ ୯୨୩୧କୁ ଜୋର୍‌ରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିର କ୍ୟାବିନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ଓ ଘଟଣାସ୍ଥଳରେ ବିହାର ରାଜ୍ୟର ଟ୍ରଲର୍‌ ଚାଳକ ସରୋଜ କୁମାରଙ୍କ ମୃତ୍ୟୁ ହୋଇଥିଲା ଓ ହାଇଓ୍ବା ଚାଳକ ଗୁରୁତର ଅବସ୍ଥାରେ ଗାଡ଼ି ଭିତରେ ଫସି ରହିଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ, କେ. ବଲାଙ୍ଗ ପୋଲିସ ଅଧିକାରୀ ଅଶୋକ କୁମାର ବେହେରା ଓ କୋଇଡ଼ା ଅଗ୍ନିଶମ ବାହିନୀ ସହାୟତାରେ ଗାଡ଼ିକୁ କାଟି ଟ୍ରଲର ଚାଳକ ମୃତଦେହ ଓ ହାଇଓ୍ବା ଚାଳକଙ୍କ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Dharitri – Odisha’s No.1 Odia Daily