ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମତ୍ୟୁ ଘଟିଛି।
ସେହିପରି ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହଗୁଡିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ଚିକିତ୍ସା ପାଇଁ ପାଠାଇଛି।  ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ କରୁଥିବା ଗାଡିଗୁଡିକ ଅଟକି ରହିଥିଲା। ଫଳରେ ରାସ୍ତା ଜାମ୍‌ ହୋଇଯାଇଥିଲା। ପୋଲିସ ଟ୍ରାଫିକ କଣ୍ଟ୍ରୋଲ କରିବା ସହ ଯାନବାହନ ଚଳାଚଳ  ସ୍ବାଭାବିକ କରୁଛି।
ଶନିବାର ଦୁଇଟି ବାଇକରେ ଆଗପଛ ହୋଇ ହଳଦିଆପଦର ପଟକୁ ଯାଉଥିଲା। ଅନ୍ୟପଟେ ବିପରୀତ ଦିଗରୁ ଏକ ବୋଝେଇ ଟ୍ରକ୍‌ ସହର ଭିତରକୁ ପ୍ରବେଶ କରୁଥିଲା। ତେବେ ଟ୍ରକ ଚାଳକ ଜଣଙ୍କ ବେପାରୁଆ ଭାବେ  ଗାଡି ଚାଳନା କରି ଆଗ ପଛ ହୋଇ ଯାଉଥିବା ଦୁଇଟି ବାଇକ ଉପରେ ମାଡି ଯାଇଥିଲା। ଯାହାଫଳରେ ବାଇକ ଚାଳକ ସମେତ ସେଥିରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ପୋଲିସ କହୁଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ସୁନେତ୍ରାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଶରଦ ପାଓ୍ବାର, ସାମ୍ନାକୁ ଆସିଲା ବଡ଼ କାରଣ…

ମୁମ୍ବାଇ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଆଜି ଅର୍ଥାତ୍‌ ଶନିବାର ସୁନେତ୍ରା…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri