ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ ବନ୍ଦର ଅଭିମୁଖେ ବାହାରିଥିବା ଏକ ଯାତ୍ରୀବାହୀ ଡଙ୍ଗା ଉପକୂଳରୁ ପ୍ରାୟ ୪ ମାଇଲ ଦୂରରେ ହଠାତ୍‌ ପାଣି ପଶି ଓଲଟି ପଡ଼ିଥିଲା।

ଏହି ଡଙ୍ଗାରେ ମୋଟ ୨୬୭ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି। ସମୁଦ୍ରରେ ପାଣି ପଶିବା ଆରମ୍ଭ ହେବା ମାତ୍ରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଫଟୋ ଓ ଭିଡିଓରେ ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ଓଲଟି ପଡ଼ିଥିବା ଡଙ୍ଗା ଉପରେ ଏବଂ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Share