ଟେରାକୋଟା ଟ୍ରେଣ୍ଡ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଭିଣ୍ଟେଜ୍‌ ଟ୍ରେଣ୍ଡ୍‌ ଆଜିକାଲି ମାର୍କେଟରେ ବେଶ୍‌ ଚାଲିଛି। ପୂର୍ବଜମାନେ ବ୍ୟବହାର କରୁଥିବା କିଛି ସାମଗ୍ରୀ ଏବେ ପୁଣିଥରେ ଲୋକଙ୍କ ମଧ୍ୟରେ ଆଦୃତ ହେଉଛି। କେବଳ ଦେଖାସୁନ୍ଦର ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ହିତକର ଦୃଷ୍ଟିରୁ ଲୋକେ ପୁରୁଣା ସାମଗ୍ରୀକୁ ଆଦରି ନେଉଛନ୍ତି। ବିଶେଷକରି ମାଟି ନିର୍ମିତ ସାମଗ୍ରୀ ପ୍ରତି ଆକର୍ଷିତ ହେଉଥିବାରୁ ଚାହିଦା ଢେର୍‌ ବଢ଼ି ଯାଇଛି। ଷ୍ଟାର୍‌ ହୋଟେଲରୁ ଆରମ୍ଭକରି ଥିମ୍‌ ରେଷ୍ଟୁରାଣ୍ଟ ଓ ଲୋକଙ୍କ ଘରଠୁ ହାଣ୍ଡିଶାଳ ସବୁଠି ମାଟି ସାମଗ୍ରୀ ସ୍ବତନ୍ତ୍ର ସ୍ଥାନ ନେଇଛି। ହେଲେ ଏଥିରେ ଟିକିଏ ନିଆରା ତଥା କାରୁକାର୍ଯ୍ୟପୂର୍ଣ୍ଣ ଛାପ ଦେଇଛି ଟେରାକୋଟା ଶୈଳୀ। ଦୀପାବଳି ଉପଲକ୍ଷେ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’ ଟେରାକୋଟା ଟ୍ରେଣ୍ଡ୍‌ର କ୍ରେଜ୍‌କୁ ଆହୁରି ବଢ଼ାଇ ଦେଇଛି।
ଭୁବନେଶ୍ୱର ୟୁନିଟ-୩ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଏବେ ଟେରାକୋଟାପ୍ରେମୀଙ୍କୁ ମନଲୋଭା ସାମଗ୍ରୀ ପରଶି ଦେଉଛି। ରାଜ୍ୟର ୨୦ ଜିଲାର ୧୬୫ରୁ ଊର୍ଦ୍ଧ୍ୱ ଟେରାକୋଟା ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ମାଟି ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ୧୧୧ ଷ୍ଟଲ୍‌ରେ ମାଟି ଦୀପରୁ ଆରମ୍ଭକରି ମାଟି ହାଣ୍ଡି, କଡେଇ, ମାଟି ଗ୍ଲାସ୍‌, କୁହ୍ଲଡ୍‌ କପ୍‌, ମାଟିରେ ନିର୍ମିତ ପାଣି ବୋତଲ ଇତ୍ୟାଦି ମିଳୁଛି। ମାଟିରେ ପ୍ରସ୍ତୁତ ବିଭିନ୍ନ ଘରସଜ୍ଜା ସାମଗ୍ରୀ, ପ୍ଲାଣ୍ଟର, ମୁଖା ଆଦି ଅଧିକ ଆଦୃତ ହେଉଛି। ସୂକ୍ଷ୍ମ କାରୁକାର୍ଯ୍ୟ ସାଙ୍ଗକୁ ତା’ଉପରେ ଅଙ୍କାଯାଇଥିବା ଟ୍ରାଇବାଲ ଆର୍ଟ ଓ ବିଭିନ୍ନ ପ୍ରକାରର ଚିତ୍ରକଳା ଏହି ମାଟି ସାମଗ୍ରୀଗୁଡିକୁ ଅଧିକ ଆକର୍ଷଣୀୟ କରୁଛି। ପାରମ୍ପରିକ ସହ ମଡର୍ନ ଟଚ୍‌ ରହୁଥିବାରୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି। ପ୍ରଦର୍ଶନୀ ସ୍ଥଳରେ ଏସବୁ ସାମଗ୍ରୀର ପ୍ରସ୍ତୁତି ସିଧାସଳଖ ଦେଖିବା ସହ ଶିଖିବାକୁ ସୁଯୋଗ ମିଳୁଛି। କୋଭିଡ୍‌ କଟକଣା ସତ୍ତ୍ୱେ ଏହି ପ୍ରଦର୍ଶନୀରେ କେବଳ ୩ଦିନରେ ୪୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହୋଇଛି।

ପୁରୁଣା ଡିଜାଇନ୍‌ରେ ଆଧୁନିକତାର ଛାପ
ପ୍ରାଚୀନ ଯୁଗରେ ମାଟିରେ ତିଆରି ପାତ୍ର ବ୍ୟବହାର କରାଯାଉଥିଲା। ଆଧୁନିକ ଯୁଗରେ ଏହାର ପ୍ରସ୍ତୁତି ସହ ବ୍ୟବହାର ମଧ୍ୟ କମିଯାଉଛି। ହେଲେ ଧୀରେ ଧୀରେ ଏବେ ଟେରାକୋଟା ଜିନିଷ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ମାଟିରେ କେବଳ ଯେ ଦୀପ କିମ୍ବା ଚିରାଚରିତ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ତାହାକୁ ବର୍ତ୍ତମାନର ଶିଳ୍ପୀମାନେ ଭୁଲ୍‌ ପ୍ରମାଣିତ କରୁଛନ୍ତି। ପୁରୁଣା ଡିଜାଇନ୍‌ରେ ଆଧୁନିକତାର ଛାପଦେଇ ଲୋକଙ୍କ ଚାହିଦା ମୁତାବକ ଆକର୍ଷଣୀୟ ସାମଗ୍ରୀମାନ ପ୍ରସ୍ତୁତ କରୁଛନ୍ତି। ଏହାକୁ ‘ଭ୍ୟାଲୁଆଡେଡ୍‌ ଟେରାକୋଟା’ କୁହାଯାଉଥିବା କେନ୍ଦ୍ରାପଡାରୁ ଆସିଥିବା ଶିଳ୍ପୀ ଘନଶ୍ୟାମ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri