Categories: ଜାତୀୟ

ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବଢ଼ିବ…

ନୂଆଦିଲ୍ଲୀ,୧୪।୧୧: ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ କାର୍ଯ୍ୟକାଳ ଏଣିକି ୫ ବର୍ଷ ପର୍ଯ୍ୟନ୍ତ ବୃବଦ୍ଧି କରାଯାଇ ପାରିବ। ଏ ସମ୍ପର୍କିତ ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଅନୁମୋଦନ କରାଯାଇଛି। ପୂର୍ବ ନିୟମ ଅନୁସାରେ ଏହି ଦୁଇ ପଦବୀରେ ସର୍ବାଧିକ କାର୍ଯ୍ୟକାଳ ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଯିବାର ବ୍ୟବସ୍ଥା ରହିଥିଲା।

କିଛିଦିନ ତଳେ ସୁପ୍ରିମ୍‌କୋର୍ଟ ବିଚାରପତି ଏଲ୍‌,ଏନ୍‌.ରାଓଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଏସ୍‌.କେ. ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ସମୟରେ କହିଥିଲେ ଯେ, ଏହା ଏକ ବିରଳ ଏବଂ ବ୍ୟତିକ୍ରମ ଘଟଣା। ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବ।

Share