Posted inଜାତୀୟ

ଜୟଶଙ୍କରଙ୍କ ସମେତ ୧୦ ରାଜ୍ୟସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ, ୨୪ ଜୁଲାଇରେ ନିର୍ବାଚନ…

ନୂଆଦିଲ୍ଲୀ,୨୭।୬ : ଗୋଆ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୋଟ ୧୦ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ନିର୍ବାଚନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଗୋଆରେ ଗୋଟିଏ ରାଜ୍ୟସଭା ଆସନ, ଗୁଜରାଟରେ ୩ ଟି ଏବଂ ପଶ୍ଚିମବଙ୍ଗରେ ୬ ଟି ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ଏନେଇ ଜୁଲାଇ ୧୩ରେ ନାମାଙ୍କନ ଏବଂ ଜୁଲାଇ ୨୪ ରେ ଭୋଟ ଗ୍ରହଣ କରାଯାଇ ଭୋଟଗଣନା କରାଯିବ। ଗୁଜରାଟରୁ ଏସ ଜୟଶଙ୍କରଙ୍କ ଆସନ, ଡେରେକ ଓ’ବ୍ରାଇନ, ସୁସ୍ମିତା ଦେବ ଏବଂ ପଶ୍ଚିମବଙ୍ଗର ସୁଖେନ୍ଦୁ ଶେଖର ରାୟଙ୍କ ଆସନ ଖାଲି ହେଉଛି। ହେବ ବୋଲି ବିଶ୍ୱାସ ରହିଛି।

ଗୋଆର ବିନୟ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ଜୁଲାଇ ୨୮ ରେ ଶେଷ ହେଉଥିବାବେଳେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଦୀନେଶ ଜେମଲଭାଇ ଅନାଭାଡିଆ ଏବଂ ଗୁଜରାଟର ଲୋଖଣ୍ଡୱାଲା ଜୁଗାଲ ସିଂ ମଥୁରଜୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ ରେ ଶେଷ ହେବ। ପଶ୍ଚିମବଙ୍ଗର ଡେରେକ ଓ’ବ୍ରାଇନ, ଡୋଲା ସେନ, ପ୍ରଦୀପ ଭଟ୍ଟାଚାର୍ଯ୍ୟ, ସୁସ୍ମିତା ଦେବ, ଶାନ୍ତି ଛତ୍ରୀ ଏବଂ ସୁଖେନ୍ଦୁ ଶେଖର ରାୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ ରେ ଶେଷ ହେବ। ଲୁଜିହ୍ନୋ ଜୋକୁମ ଫାଲେରୋଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗର ଖାଲି ପଡ଼ିଥିବା ରାଜ୍ୟସଭା ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନର କାର୍ଯ୍ୟକାଳ ୨ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ରହିବ।

ଗୁଜରାଟରେ ମୋଟ ୧୧ ଟି ରାଜ୍ୟସଭା ଆସନ ରହିଛି। ଏଥିମଧ୍ୟରୁ ଆଠଟି ଆସନ ଭାଜପା ଏବଂ ତିନୋଟି କଂଗ୍ରେସ ପାଖରେ ରହିଛି। ଗୁଜରାଟରୁ ରାଜ୍ୟସଭାରେ ବହିର୍ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର, ଦୀନେଶ ଆନାଭାଡିଆ ଏବଂ ଜୁଗଳ ଠାକୁର (ଲୋକଚାନ୍ଦ) ଙ୍କ କାର୍ଯ୍ୟକାଳ୧୮ଅଗଷ୍ଟରେ ଶେଷ ହେବ। ଭାଜପା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ୩ ଆସନରେ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri