ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ଭୁବନେଶ୍ୱର,୨୮।୭ (ବ୍ୟୁରୋ): ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ପରେ ଏକ ପିଜୁଳି ଗଛରେ ଟାଙ୍ଗି ଦିଆଯାଇଛି। ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍‌-୨ ଜଗନ୍ନାଥ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ସେଠାରେ ରହୁଥିବା ମଇନ ଜେନାଙ୍କ ଝିଅ ସସ୍ମିତା। ପୋଲିସ ପହଞ୍ଚତ୍ ହାତଗୋଡ଼ ବନ୍ଧା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୋଲିସ ଗଛ ନିକଟରୁ ଦୁଇଟି ଚପଲ ଓ ହେୟାର କ୍ଲିପ୍‌ ଜବତ କରିବା ସହ ହତ୍ୟା ମାମଲା (ନଂ.୪୩୯/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସସ୍ମିତା ନୟାପଲୀ ମମତାଜ ଅଲ୍ଲୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢିବା ସହ ଘର ନିକଟରେ ଗୀତ ଶିଖୁଥିଲେ। ସେଠାରେ ଗୀତ ଶିଖୁଥିବା ଜଣେ ଯୁବକ ତାଙ୍କୁ ଭଲ ପାଉଥିଲେ। ସେ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ, ରବିବାର ରାତିରେ ସସ୍ମିତା ଖାଇପିଇ ଶୋଇଥିଲେ। ରାତି ୧୨ଟା ପରେ ସେ ଶୋଇବା ସ୍ଥାନରେ ନ ଥିବା ତାଙ୍କ ଭଉଣୀ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଜଣାଇଥିଲେ। ନ ପାଇବାରୁ ଖୋଜାଖୋଜି କରିବାକୁ ଯିବାବେଳେ ଘରର ମୁଖ୍ୟ କବାଟ ବାହାରପଟୁ ବନ୍ଦ ଥିବାରୁ ପଛ କବାଟ ଖୋଲି ବାହାରକୁ ଯାଇଥିଲେ। ଏହି ସମୟରେ ସସ୍ମିତା ହାତ, ଗୋଡ଼, ମୁହଁ ବନ୍ଧା ଅବସ୍ଥାରେ ପିଜୁଳି ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ବଞ୍ଚତ୍ଥିବା ଭାବି ତାଙ୍କୁ ତଳକୁ ଓହ୍ଲାଇ ଆଣିଥିଲେ। ହେଲେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ବନ୍ଧା ହୋଇଥିବା ଗାମୁଛା ତାଙ୍କ ବାପାଙ୍କର ହୋଇଥିବାରୁ ଏଥିରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।