Posted inଜାତୀୟ

କାଶୀ ଘାଟରେ ନିର୍ମାଣ ହେବ ତମ୍ବୁ ସହର…

ଲକ୍ଷ୍ନୌ, ୫।୫ : ଉତ୍ତରପ୍ରଦେଶର କାଶୀ ଘାଟକୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଠାରେ ତମ୍ବୁ ସହର ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ପୃଥିବୀର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଗଙ୍ଗା କୂଳରେ ଥିବା କାଶୀ ଘାଟକୁ ଆସିଥାନ୍ତି। ବର୍ତ୍ତମାନ ଦୁନିଆର ସର୍ବ ପୁରାତନ ସହର କାଶୀରେ ତମ୍ବୁ ସହର( ଟେଣ୍ଟ ସିଟି) ନିର୍ମାଣ ହେବାକୁ ଯାଉଛି।

ଏହି ତମ୍ବୁ ସହର ନବରାତ୍ରରୁ ଆରମ୍ଭ କରି ଶିବରାତ୍ରୀ ପର୍ଯ୍ୟନ୍ତ କାଶୀର ଐତିହାସିକ ଘାଟ ସମ୍ମୁଖରେ ବାଲି ଉପରେ ନିର୍ମିତ ହେବ। ଗଙ୍ଗା କୂଳରେ ଥିବା ଏହି ଟେଣ୍ଟ ସହରରୁ, ସୁନ୍ଦର ଅର୍ଦ୍ଧଚନ୍ଦ୍ରାକୃତିର ୮୪ ଘାଟ ଦେଖିବାର ସୁଯୋଗ ମିଳିବ। ଏଠାରେ ଖାଦ୍ୟ, ପାରମ୍ପାରିକ ମନୋରଞ୍ଜନ, ଆଧ୍ୟାତ୍ମିକତା ଏବଂ କର୍ପୋରେଟ ସେମିନାର୍‌ ଏବଂ ସମ୍ମିଳନୀ ଆୟୋଜନ କରିବା ପାଇଁ ଏହି ଟେଣ୍ଟ ସିଟିରେ ସୁବିଧା ରହିବ।

କାଶୀର ନବୀକରଣ ପରେ ବାରାଣାସୀରେ ଏହାର ପରିବର୍ତ୍ତନଶୀଳ ରୂପ ଦେଖିବାକୁ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଯୋଗୀ ପର୍ଯ୍ୟଟକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଗଙ୍ଗା କୂଳରେ ଏହି ଟେଣ୍ଟ ସହର ନିର୍ମାଣ ପାଇଁ ଏକ ପ୍ରସ୍ତାବ ଆଣୁଛନ୍ତି। ବାରାଣାସୀ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଇଶା ଦୁହାନ କହିଛନ୍ତି ଯେ ପ୍ରାୟ ୫୦୦ ହେକ୍ଟରରେ ଗଙ୍ଗାର ଅପର ପାର୍ଶ୍ୱରେ ଥିବା ଆସୀ ଘାଟ ବାଲିରେ ରାମନଗରର କେଟସର ଅଞ୍ଚଳରେ ତମ୍ବୁ ସହର ସ୍ଥାପନ କରାଯିବ। ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି ମଧ୍ୟ କରାଯାଇପାରିବ।

ଗଙ୍ଗାରେ ବନ୍ୟା ସମୟରେ ତମ୍ବୁଗୁଡିକ ହଟାଯିବ। ଟେଣ୍ଟ ସହର ଏନ୍‌ଏଚ୍‌-୧୯ ଠାରୁ ୪ କିଲୋମିଟର, ରାମନଗର ଦୁର୍ଗଠାରୁ ୧ କିଲୋମିଟର, ବାରାଣାସୀ ରେଳ ଷ୍ଟେଶନରୁ ୧୦ କିଲୋମିଟର, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ରେଳ ଷ୍ଟେଶନଠାରୁ ୧୩ କିଲୋମିଟର ଏବଂ ବାରାଣାସୀ ବିମାନବନ୍ଦରଠାରୁ ୩୩ କିଲୋମିଟର ଦୂର ବୋଲି ଇଶା ଦୁହାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri