ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ବ୍ରହ୍ମପୁର ଏବଂ ଦିଗପହଣ୍ଡିର ଦୁଇଜଣ ପ୍ରଭାବଶାଳୀ ବ୍ୟକ୍ତି ଆଙ୍କୋରଡ଼ା ମୌଜାର ପ୍ରାୟ ୭୭ ଏକର ଅନାବାଦୀ ଗୋଚର କିସମର ସରକାରୀ ଜମିକୁ ଜବରଦଖଲ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ୨୦୨୦ ମାର୍ଚ୍ଚ ୨ ତାରିଖରେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ପ୍ରାୟ ୩ ଏକର ଜମିରେ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ପାର୍କ, ସରକାରୀ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ମିଶନ ଶକ୍ତି କୋଠା ନିର୍ମାଣ କରାଯାଇଥିଲା।

ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମୟରେ ରାମ ଦୋଳି ପକାଇବା ପାଇଁ ମନ୍ଦିର ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଅନୁମତି ନିଆଯାଇ ତାଙ୍କ ଜମି ହିଡ଼କୁ ସମତୁଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ସରକାରୀ ଜମି ଜବରଦଖଲ କରି ପିଲର ପୋତିବା ସହ ପ୍ରାୟ ୪ ଶହ ଏକର ଜମିକୁ ଜଳସେଚନ ପାଇଁ ପାଣି ଯୋଗାଉଥିବା କ୍ଷୁଦ୍ର ଜଳସେଚନ ବିଭାଗର ବଡ଼ବନ୍ଧ ସାଗରର ରାସ୍ତା ଓ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରି ପିଲର ପୋତି ଥିଲେ । ଫଳରେ ବଡ଼ବନ୍ଧକୁ ଲୋକେ ଯିବା ଆସିବା କରୁଥିବା ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଥିଲା। ଏନେଇ ଗ୍ରାମରେ ସଭା କରାଯାଇ ଉକ୍ତ ପିଲର ଗୁଡ଼ିକୁ ଓପାଡ଼ି ଫିଙ୍ଗି ଦିଆଯାଇଥିଲା। ଉକ୍ତ ବ୍ୟକ୍ତି ଜଣକ ଏନେଇ ଗ୍ରାମର ମୁଖିଆ ତଥା ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ, ତାରକେଶ୍ୱର ଦୋରା,ସନ୍ୟାସୀ ପ୍ରଧାନ ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁ ରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟା ରେ ଥାନାରେ ହାଜର ହେବାକୁ ପୋଲିସ  ସେମାନଙ୍କୁ କହିବା ପରେ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏକ ଜରୁରୀ ବୈଠକରେ ବହୁସଂଖ୍ୟକ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ପରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଆଙ୍କୋରଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନି ମୁଖିଆମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରି ଧମକ ଦେବାରୁ ଲୋକେ ଉତ୍ତେଜିତ ହୋଇ ହୋ – ହଲ୍ଲା କରିଥିଲେ। ପରେ ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଉତ୍ତେଜିତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ବିବାଦୀୟ ଜମିର ସୀମାସରହଦ ( ଡିମାର୍କେସନ) କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ  ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗ୍ରାମ ସଂଲଗ୍ନ ସରକାରୀ ଅନାବାଦୀ ଗୋଚର ଜମିକୁ ବ୍ରହ୍ମପୁରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ପୁରୁଷାନୁକ୍ରମେ ଜବରଦଖଲ କରି ବେଆଇନ ଭାବେ ପ୍ଲଟ କରି ବହୁସଂଖ୍ୟକ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗ୍ରାମରେ ଦୀର୍ଘବର୍ଷ ହେଲା ସେଟଲମେଣ୍ଟ ଖାନାପୁରି ହୋଇନାହିଁ । ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଝିଅ ବାହାଘର ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ଲୋକେ ଚାଷଜମି କିମ୍ବା ଘର ବାରି କାହାରିକୁ ବିକ୍ରି କରି ପାରୁନାହାନ୍ତି । ଘର ପଟ୍ଟା ଜମି ପଟ୍ଟା ନଥିବାରୁ ଛାତ୍ରୀଛାତ୍ରମାନେ ରାଜସ୍ବ ବିଭାଗ ପକ୍ଷରୁ ଜାତିଗତ, ଆୟ, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରେ ଘୋର ଅସୁବିଧା ଭୋଗୁଛନ୍ତି। କିଛିବର୍ଷ ପୂର୍ବେ ଗାଁରେ ହାଇଟେକ୍ ସର୍ଭେ କରାଯାଇଥିଲେ ମଧ୍ୟ ତାହା ଏବେ ଶୀତଳ ଭଣ୍ଡାରରେ ପଡ଼ିରହିଛି । ଏନେଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ରାଜସ୍ବ ବିଭାଗ କ୍ଷେତ୍ର ଅଧିକାରୀମାନଙ୍କ ଜରିଆରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri