ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ବ୍ରହ୍ମପୁର ଏବଂ ଦିଗପହଣ୍ଡିର ଦୁଇଜଣ ପ୍ରଭାବଶାଳୀ ବ୍ୟକ୍ତି ଆଙ୍କୋରଡ଼ା ମୌଜାର ପ୍ରାୟ ୭୭ ଏକର ଅନାବାଦୀ ଗୋଚର କିସମର ସରକାରୀ ଜମିକୁ ଜବରଦଖଲ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ୨୦୨୦ ମାର୍ଚ୍ଚ ୨ ତାରିଖରେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ପ୍ରାୟ ୩ ଏକର ଜମିରେ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ପାର୍କ, ସରକାରୀ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ମିଶନ ଶକ୍ତି କୋଠା ନିର୍ମାଣ କରାଯାଇଥିଲା।

ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମୟରେ ରାମ ଦୋଳି ପକାଇବା ପାଇଁ ମନ୍ଦିର ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଅନୁମତି ନିଆଯାଇ ତାଙ୍କ ଜମି ହିଡ଼କୁ ସମତୁଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ସରକାରୀ ଜମି ଜବରଦଖଲ କରି ପିଲର ପୋତିବା ସହ ପ୍ରାୟ ୪ ଶହ ଏକର ଜମିକୁ ଜଳସେଚନ ପାଇଁ ପାଣି ଯୋଗାଉଥିବା କ୍ଷୁଦ୍ର ଜଳସେଚନ ବିଭାଗର ବଡ଼ବନ୍ଧ ସାଗରର ରାସ୍ତା ଓ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରି ପିଲର ପୋତି ଥିଲେ । ଫଳରେ ବଡ଼ବନ୍ଧକୁ ଲୋକେ ଯିବା ଆସିବା କରୁଥିବା ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଥିଲା। ଏନେଇ ଗ୍ରାମରେ ସଭା କରାଯାଇ ଉକ୍ତ ପିଲର ଗୁଡ଼ିକୁ ଓପାଡ଼ି ଫିଙ୍ଗି ଦିଆଯାଇଥିଲା। ଉକ୍ତ ବ୍ୟକ୍ତି ଜଣକ ଏନେଇ ଗ୍ରାମର ମୁଖିଆ ତଥା ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ, ତାରକେଶ୍ୱର ଦୋରା,ସନ୍ୟାସୀ ପ୍ରଧାନ ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁ ରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟା ରେ ଥାନାରେ ହାଜର ହେବାକୁ ପୋଲିସ  ସେମାନଙ୍କୁ କହିବା ପରେ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏକ ଜରୁରୀ ବୈଠକରେ ବହୁସଂଖ୍ୟକ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ପରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଆଙ୍କୋରଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନି ମୁଖିଆମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରି ଧମକ ଦେବାରୁ ଲୋକେ ଉତ୍ତେଜିତ ହୋଇ ହୋ – ହଲ୍ଲା କରିଥିଲେ। ପରେ ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଉତ୍ତେଜିତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ବିବାଦୀୟ ଜମିର ସୀମାସରହଦ ( ଡିମାର୍କେସନ) କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ  ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗ୍ରାମ ସଂଲଗ୍ନ ସରକାରୀ ଅନାବାଦୀ ଗୋଚର ଜମିକୁ ବ୍ରହ୍ମପୁରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ପୁରୁଷାନୁକ୍ରମେ ଜବରଦଖଲ କରି ବେଆଇନ ଭାବେ ପ୍ଲଟ କରି ବହୁସଂଖ୍ୟକ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗ୍ରାମରେ ଦୀର୍ଘବର୍ଷ ହେଲା ସେଟଲମେଣ୍ଟ ଖାନାପୁରି ହୋଇନାହିଁ । ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଝିଅ ବାହାଘର ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ଲୋକେ ଚାଷଜମି କିମ୍ବା ଘର ବାରି କାହାରିକୁ ବିକ୍ରି କରି ପାରୁନାହାନ୍ତି । ଘର ପଟ୍ଟା ଜମି ପଟ୍ଟା ନଥିବାରୁ ଛାତ୍ରୀଛାତ୍ରମାନେ ରାଜସ୍ବ ବିଭାଗ ପକ୍ଷରୁ ଜାତିଗତ, ଆୟ, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରେ ଘୋର ଅସୁବିଧା ଭୋଗୁଛନ୍ତି। କିଛିବର୍ଷ ପୂର୍ବେ ଗାଁରେ ହାଇଟେକ୍ ସର୍ଭେ କରାଯାଇଥିଲେ ମଧ୍ୟ ତାହା ଏବେ ଶୀତଳ ଭଣ୍ଡାରରେ ପଡ଼ିରହିଛି । ଏନେଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ରାଜସ୍ବ ବିଭାଗ କ୍ଷେତ୍ର ଅଧିକାରୀମାନଙ୍କ ଜରିଆରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?