Categories: ଜାତୀୟ

ପଞ୍ଜାବ କଂଗ୍ରେସରେ କନ୍ଦଳ ପୁଣି ତେଜିଲା

ଚଣ୍ଡିଗଡ,୨୪।୮: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଶେଷ ହେବାର ନାଁ ଧରୁନାହିଁ। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ କରାଯିବା ପରେ ସମସ୍ତ ବିବାଦର ସମାଧାନ ହେବ ବୋଲି ବିଶ୍ୱାସ କରାଯାଉଥିଲା କିନ୍ତୁ ତାହା ହୋଇପାରି ନାହିଁ। ମଙ୍ଗଳବାର କ୍ୟାବିନେଟ ମନ୍ତ୍ରୀ ତ୍ରୁପ୍ତ ରାଜିନ୍ଦର ସିଂ ବାଜୱାଙ୍କ ବାସଭବନରେ ରାଜ୍ୟ ମନ୍ତ୍ରୀ, ବିଧାୟକ ତଥା ଅନ୍ୟ ବରିଷ୍ଠ ନେତାଙ୍କ ସମେତ ପ୍ରାୟ ଦୁଇ ଡର୍ଜନ ଲୋକଙ୍କର ଏକ ବୈଠକ ବସିଛି। ଏଥିରୁ ଜଣାପଡିଛି ଯେ ଦଳର ଆଭ୍ୟନ୍ତରୀଣ କନ୍ଦଳ ଆହୁରି ତୀବ୍ର ହୋଇଛି। ଏହି ବୈଠକ ପରେ ବାଜୱା, ସୁଖଜିନ୍ଦର ରନ୍ଧୱା, ସୁଖ ସାର୍କରିଆ ଏବଂ ଚରଣଜିତ ସିଂ ଚାନ୍ନି ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ସେମାନେ ଚାହୁଁଛନ୍ତି ଯେ ଅମରିନ୍ଦର ସିଂଙ୍କୁ ପରିବର୍ତ୍ତନ କରାଯାଉ। ଏହାଦ୍ୱାରା ଆଗାମୀ ନିର୍ବାଚନରେ କଂଗ୍ରେସ ପୁଣି ପ୍ରତ୍ୟାବର୍ତ୍ତନ କରିପାରିବ।
ସୂଚନାନୁସାରେ, ବୈଠକରେ ନିଷ୍ପତ୍ତି ନେବା ପରେ ଚାରିଜଣ ମନ୍ତ୍ରୀ ଏବଂ ଜଣେ ବିଧାୟକଙ୍କ ଉପରେ ଏକ ପ୍ରତିନିଧି ଦଳ ଗଠନ କରାଯାଇଛି, ଯାହାକି ନୂଆଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ଭେଟି ପଞ୍ଜାବ କଂଗ୍ରେସର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେବେ। ଏହି ପ୍ରତିନିଧି ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇବାକୁ ଦାବି କରିବେ।

Share