ଟେନ୍‌ସନ୍‌ ବଢ଼ୁଛି, ପାରିଶ୍ରମିକ ନାହିଁ

ନୟାଗଡ଼ ଅଫିସ,୨୯।୧୨: ନଭେମ୍ବର ୨୧ରୁ ଭୁବନେଶ୍ୱରରେ ଅଙ୍ଗନୱାଡି କର୍ମୀ ଅଲ ଓଡ଼ିଶା ଲେଡିଜ ୱାର୍କରସ ଆସୋସିଏଶନ ନେତୃତ୍ୱରେ ୮ ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ କରି ବିକ୍ଷୋଭ ଜାରି ରଖିଛନ୍ତି। ୩୭ ଦିନର ବିକ୍ଷୋଭ ପରେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କ ଦାବି ପୂରଣ କରୁ ନାହାନ୍ତି। ଏଭଳିସ୍ଥଳେ ଅଙ୍ଗନୱାଡି କର୍ମୀ ନିରାଶ ନ ହୋଇ ଆନ୍ଦୋଳନର ତରିକା ବଦଳାଇବା ସହ ଆନ୍ଦୋଳନକୁ ଶାଣିତ କରିବାରେ ଲାଗିଛନ୍ତି। ଅଲ୍‌ ଓଡ଼ିଶା ଲେଡିଜ ୱାର୍କରସ ଆସୋସିଏଶନର ସୂଚନା ଅନୁସାରେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କୁ କାମ ପରେ କାମ ଦେଇ ଟେନ୍‌ସନ୍‌ ବଢ଼ାଇ ଚାଲିଛନ୍ତି। ତେବେ ସେମାନଙ୍କୁ ନିୟମିତ କରିବା ଅଥବା ନିୟମିତ ପୂର୍ବରୁ ପାରିଶ୍ରମିକ ବଢ଼ାଇବାର ଚିନ୍ତା କରୁ ନାହାନ୍ତି। ସ୍ବଳ୍ପ ପାରିଶ୍ରମିକ ଦେଇ ଅଧିକ ଖଟାଇ ଚାଲିଛନ୍ତି। ଏଭଳି ସ୍ଥଳେ ନିଜର ହକ୍‌ ପୂରଣ କରିବାକୁ ଯାଇ ୨୦୧୭ରେ ଭୁବନେଶ୍ୱରରେ ଆନ୍ଦୋଳନ କରି ରାଜ୍ୟର ୬ଜଣ ଅଙ୍ଗନୱାଡି କର୍ମୀ ବହିଷ୍କୃତ ହୋଇଛନ୍ତି। ସେମାନଙ୍କୁ ପୁନଃ ଚାକିରିରେ ଅବସ୍ଥାପିତ କରାଯାଉନି। ଅନ୍ୟପକ୍ଷେ ଆନ୍ଦୋଳନକୁ ପ୍ରତ୍ୟାହାର ପାଇଁ ଚାପ ବଢ଼ିବାରେ ଲାଗିଛି। କେତେବେଳେ ବହିଷ୍କୃତ କରାଯିବାର ଧମକ ମିଳୁଛି ତ ଆଉ କେତେବେଳେ ଦରମା କାଟ ହେବାର ଚେତାବନୀ ମିଳୁଛି। ତେବେ ଅଙ୍ଗନୱାଡି କର୍ମୀ ଗୋଟିଏ ଦାବିରେ ଅଡି ବସିଛନ୍ତି ସରକାର ଦାବି ପୂରଣ ନ କଲେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ।

ସ୍ବତନ୍ତ୍ର ଦୋକାନ ପାଇଁ ଦାବି: ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। ହେଲେ ଶିଶୁଙ୍କ ପାଇଁ କରାଯାଇଥିବା ମେନୁ ସରକାର ୨୦୧୭ ପରେ ଆଉ ପରିବର୍ତ୍ତନ କରୁ ନାହାନ୍ତି। ଶିଶୁଙ୍କ ଖାଇବା ପାଇଁ ସରକାର ଯେଉଁ ମେନୁ ଧାର୍ଯ୍ୟ କରିଛନ୍ତି ସେଇଥିପାଇଁ ଏକ ସ୍ବତନ୍ତ୍ର ଦୋକାନ ଖୋଲି ସରକାରୀ ଦରରେ ସାମଗ୍ରୀ ଯୋଗାଇବାକୁ ଅଙ୍ଗନୱାଡି କର୍ମୀ ଅନୁରୋଧ କରିଛନ୍ତି। ଅଙ୍ଗନୱାଡିରେ ଜଣେ ଶିଶୁ ପିଛା ସରକାର ଜଳଖିଆ ଓ ମିଲସ୍‌ ପାଇଁ ୭ଟଙ୍କା ୭୦ ପଇସା ଯୋଗାଉଛନ୍ତି। ଏଥିରୁ ୧ ଟଙ୍କା ୨୪ ସକାଳ ଜଳଖିଆ ଓ ୬ଟଙ୍କା ୪୬ ପଇସା ରୋଷେଇ ପାଇଁ ଖର୍ଚ୍ଚ କରିବାକୁ କହିଛନ୍ତି। ସକାଳ ଜଳଖିଆରେ ସୋମ ଓ ଶୁକ୍ରବାର ବେସନ ଓ ଅଟା ମିଶ୍ରିତ ଲଡୁ, ବୁଧ ଓ ଶନିବାର ଗଜା ମୁଗ, ମଙ୍ଗଳବାର ଓ ଗୁରୁବାର ଚୁଡ଼ା ମୁଆଁ ଦେବା ପାଇଁ କୁହାଯାଇଛି। ହେଲେ ୧ ଟଙ୍କା ୨୪ରେ ଏ ସବୁ କରିବାରେ ଅଧିକ ଖର୍ଚ୍ଚ ହେଉଛି ବୋଲି ଅଙ୍ଗନୱାଡି କର୍ମୀ କହି ଆସୁଛନ୍ତି। ସେହିପରି ୬ଟଙ୍କା ୪୬ ପଇସାରେ ଅଣ୍ଡା, ପନିପରିବା, ତେଲ, ଲୁଣ ଓ ମସଲା ରହିଛି। ସରକାର ମାଗଣା ଗ୍ୟାସ ଦେଲେ ଶିଶୁ ପିଛା ୫୦ ପଇସା କଟିଯିବ। ଶିଶୁଙ୍କୁ ସୋମବାର ଡାଲମା, ଅନ୍ୟ ୫ଦିନ ଅଣ୍ଡା ତରକାରୀ। ଅଣ୍ଡା ଆଇଟମ ମଧ୍ୟରେ ବୁଧ ଓ ଶନିବାର ଅଣ୍ଡା ଝୋଳ ହେଉଛି।ମଙ୍ଗଳ, ଗୁରୁ ଓ ଶୁକବାରରେ ତରକାରୀ ଏବଂ ସନ୍ତୁଳାରେ ଅଣ୍ଡା ପକାଇ ଶିଶୁଙ୍କୁ ଗୋଟେ ଲେଖାଏଁ ଦିଆଯିବ। ପୁଣି ଲେମ୍ବ ବି ଦିଆଯିବ। ୬ଟା ୪୬ ପଇସା ମଧ୍ୟରେ ଅଣ୍ଡାକୁ ୫ଟଙ୍କା, ଫୁଟଣ ୩୦ ପଇସା, ଜାଳେଣୀ ୫୦ ପଇସା ଖର୍ଚ୍ଚ କରିବାକୁ ପଡିବ। ପୁଣି ପନିପରିବା ଶିଶୁଙ୍କୁ ଦେଖି ପକାଇବାକୁ ପଡିବ। ୭୫ ଟଙ୍କା ଲିଟର ଥିବା ଖାଇବା ତେଲ ଓ ୬୫ ଟଙ୍କା କେଜି ଥିବା ଡାଲି କିଣିବାକୁ ପରାମର୍ଶ ରହିଛି। ବଜାରରେ ଅଣ୍ଡା ଗୋଟିକୁ ୭ଟଙ୍କା ପଡୁଥିବାବେଳେ ୬ଟଙ୍କା ୪୬ ରେ କିପରି ଶିଶୁଙ୍କୁ ରୋଷେଇ କରି ଦିଆଯିବବୋଲି ଅଙ୍ଗନୱାଡି କର୍ମୀ ପ୍ରଶ୍ନ କରିଛନ୍ତି। ଏନେଇ ଅଙ୍ଗନୱାଡି ନେତ୍ରୀ ଜ୍ୟେତ୍ସ୍ନା ପଣ୍ଡା କୁହନ୍ତି, ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରିବାକୁ ଆଗ୍ରହୀ ନୁହନ୍ତି। ତେବେ ସରକାରୀ କର୍ମଚାରୀଙ୍କ ଦରମା ବଢ଼ୁଛି। ପୁଣି ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଗଲା। ହେଲେ ଅଙ୍ଗନୱାଡି କର୍ମଚାରୀଙ୍କ କୌଣସି ଦାବି ପୂରଣ ହେଉନି। ଜଳଖିଆ ଓ ମିଲସ୍‌ ପାଇଁ ଜଣେ ଶିଶୁଙ୍କୁ ୭ଟଙ୍କା ୭୦ଦେଲେ ଅଙ୍ଗନୱାଡି କର୍ମଚାରୀ କିପରି ଏହାକୁ ପରିଚାଳନା କରିବେ। ଆମ ପାଇଁ ଏକ ସ୍ବତନ୍ତ୍ର ଦୋକାନ କରି ଶିଶୁଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଅନ୍ତୁ ବୋଲି ସେ କହିଛନ୍ତି। ପେଟରେ ଭୋକ ଥାଇ କିପରି କାମ କରିବ କହି କ୍ଷୋଭ ପ୍ରକାଶ କରିଥିଲେ। ମେନକା ଦଳେଇ କୁହନ୍ତି, ସରକାର ୮ ଦଫା ଦାବୀ ପୂରଣ ନ କେଲ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri