ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ବୀରମିତ୍ରପୁର ଅଞ୍ଚଳରେ ଚାପା ଉତ୍ତେଜନା

କୁଆଁରମୁଣ୍ଡା,୧୯।୧୧(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ହେପାଜତରେ ଥିବା ଜଣେ ଯୁବକଙ୍କର ଗୁରୁବାର ମୃତ୍ୟୁୁ ହୋଇଯାଇଛି। ସେ ହେଉଛନ୍ତି ବୀରମିତ୍ରପୁର କରବୋଲା ରୋଡ୍‌ର ତାରିକ ସଲିମ୍‌(୨୪) । ଏହି ଖବର ପ୍ରଚାରିତ ହେବାପରେ ଗୁରୁବାର ସକାଳୁ ବୀରମିତ୍ରପୁର ଅଞ୍ଚଳବାସୀଙ୍କ ପକ୍ଷରୁ ଥାନାରେ ଚାପା ଉତେଜନା ସୃଷ୍ଟି ହୋଇଛି। ଶତାଧିକ ଅଞ୍ଚଳବାସୀ ବୀରମିତ୍ରପୁର ଥାନା ଭିତରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ପୋଲିସ ଫୋର୍ସ ଏହାକୁ ବିରୋଧ କରିଥିଲେ। ଏହି ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ପୋଲିସ ଫୋର୍ସ ଏହାକୁ ରୋକିବାରେ ସଫଳ ହୋଇଥିଲା। ଲୋକଙ୍କ ଆକ୍ରୋଶ ଏପରି ଥିଲା କି ଏହି ସମୟରେ ଉପସ୍ଥିତ କେତେକ ଗଣମାଧ୍ୟମ ପ୍ରତିନିଧି ଫଟୋ ଉଠାଉଉଥିବା ବେଳେ ଉତ୍ୟକ୍ତ ଲୋକେ କାହିଁକି ଫଟୋ ଉଠାଉଛ ବୋଲି କହି ସେମାନଙ୍କଠାରୁ ମୋବାଇଲ ଛଡାଇ ନେବା ସହ ଧକ୍କା ମଧ୍ୟ ମାରିଥିଲେ। ଏହି ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ,ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଓ ଜିଲାର ବିଭିନ୍ନ ଥାନାର ବରିଷ୍ଠ ଅଧିକାରୀମାନେ ବୀରମିତ୍ରପୁର ଥାନାରେ ପହଁଞ୍ଚି ପରିସ୍ଥିତି ପ୍ରତି ସତର୍କ ନଜର ରଖିଛନ୍ତି।

ସୂଚନାନୁଯାୟୀ,କ୍ରସର ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ନିଖୋଜ ଘଟଣାରେ ସନ୍ଦେହ କରି ପୋଲିସ କରବୋଲା ରୋଡ ଅଞ୍ଚଳର ତାରିକ୍‌ ସଲିମକୁ ବୁଧବାର ସନ୍ଧ୍ୟାରେ ତାଙ୍କ ଘରୁ ଉଠାଇ ନେଇ ଥାନାରେ ରଖି ପଚରାଉଚରା କରୁଥିଲା। ହେଲେ ଥାନାରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା। ଗୁରୁତର ଅବସ୍ଥାରେ ପୋଲିସ ତାରିକଙ୍କୁ ପ୍ରଥମେ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ ନେଇଥିଲାା ହେଲେ ସେଠାରେ ଡାକ୍ତର ତାଙ୍କୁ ଆର୍‌ଜିଏଚ୍‌କୁ ରେଫର କରିଥିଲେ। ପୋଲିସ ତାଙ୍କୁ ସେଠାକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଆରଜିଏଚ୍‌ ଡାକ୍ତର ପୋଲିସକୁ କହିଥିଲେ। ଏହାପରେ ମୃତ ତାରିକଙ୍କ ଶବକୁ ପୋଲିସ ଆରଜିଏଚ୍‌ ଶବାଗାରରେ ରଖିଥିଲାା ହେଲେ ହାଜତରେ ପୋଲିସ ପିଟିପିଟି ତାରକଙ୍କୁ ମାରି ଦେଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ା ଏ ନେଇ ସୁନ୍ଦରଗଡ଼ ଜିଲା ଏସ୍‌ପି ସାଗରିକା ନାଥ କହିଛନ୍ତି ଯେ,ଏହାର ଏନ୍‌.ଏଚ୍‌.ଆର୍‌.ସି ଗାଇଡ଼ଲାଇନ୍‌ ଅନୁଯାୟୀ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri