ପାଣି ମିଶା ପେଟ୍ରୋଲକୁ ନେଇ ଉତ୍ତେଜନା

ଆନନ୍ଦପୁର,୧।୧୧(ସ୍ବ.ପ୍ର.) ଦିନକୁ ଦିନ ବର୍ଦ୍ଧିତ ତୈଳ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଅପମିଶ୍ରିତ ପେଟ୍ରୋଲକୁ ନେଇ ରବିବାର ଆନନ୍ଦପୁର ପୌରପରିଷଦ ଘସିପୁରା ଠାରେ ଉତ୍ତେଜନା ପ୍ରକାଶ ପାଇଛି। ଘସିପୁରା ଠାରେ ଥିବା ଅରବିନ୍ଦ ଫିଲିଂ ଷ୍ଟେଶନର ପାଣି ମିଶା ପେଟ୍ରୋଲକୁ ନେଇ ଉତ୍ତେଜନା ହୋଇଥିଲା। କଣ୍ଟିିପାଳ ବିରିଡିହାର ଅଜୟ ସେଠିଙ୍କ କହିବା ଅନୁଯାୟୀ, ୧୨୦ ଟଙ୍କାର ତେଲ ପକାଇଥିଲେ। ରାସ୍ତାରେ ଷ୍ଟାର୍ଟ ବନ୍ଦ ହେଇଯିବାରୁ ସୋରୁମ୍‌ରୁ ଗାଡିକୁ ଦେଖାଇବା ପରେ ପେଟ୍ରୋଲରେ ପାଣି ମିଶିଥିବା ଜାଣିବାକୁ ପାଇଥିଲେ। ଏହିଭଳି ସମ୍ପୃକ୍ତ ଟାଙ୍କିରେ ପେଟ୍ରୋଲ ଭରିଥିବା ୨୦ରୁ ଅଧିକ ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏସମ୍ପର୍କରେ ଅରବିନ୍ଦ ଫିଲିଂ ଷ୍ଟେସନର ମାଲିକ ଅଜୟ ମିଶ୍ରଙ୍କୁ ପଚାରିବାରୁ ଟାଙ୍କିରେ ଆମେ ପାଣି ପୁରାଇନୁ, ପାଣି କେମିତି ଚାମ୍ବରରେ ଲିକ୍‌ କରି ପଶିଥାଇପାରେ ଯେଉଁମାନେ ତେଲ ପକାଇ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଦେବାକୁ କହିଛନ୍ତି। ଏହାପରେ ଉତ୍ତେଜନା ହ୍ରାସ ପାଇଥିଲା। ତେବେ ଅଞ୍ଚଳରେ ରହିଥିବା ଟାଙ୍କି ଗୁଡିକର ସୃଷ୍ଟି ହେଉଥିବା ସମସ୍ୟା ଦିଗରେ ବିଧିବଦ୍ଧ ଯାଞ୍ଚ ହୋଇପାରିଲେ ଅପମିଶ୍ରଣ ସମ୍ପର୍କିତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri