ପୋଲିସ-ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ନେଇ ଦିଗପହଣ୍ଡିରେ ଉତ୍ତେଜନା, ବାଦ୍‌ ପଡ଼ିଲା ପ୍ରଭାବଶାଳୀଙ୍କ ଘର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ବଡ଼ଦାଣ୍ଡ ଶ୍ରୀମନ୍ଦିରରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ମୁଖ୍ୟ ରାସ୍ତାର ଉଭୟ କଡ଼ରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି ରାସ୍ତା ଜବରଦଖଲ କରି ଦୋକାନ ଏବଂ ବାସଗୃହ କରିବା ଦ୍ବାରା ରାସ୍ତା ସମ୍ପୂର୍ଣ୍ଣ ରୂପେ ସଙ୍କୀର୍ଣ୍ଣ ହୋଇଥିଲା । ଏପରିକି ଜନସାଧାରଣଙ୍କ ଯାତାୟାତ ଏବଂ ପରିବହନ ବିଶେଷକରି ରଥଯାତ୍ରା ସମୟରେ ରଥ ଗଢ଼ିବା ସମୟରେ ଛୋଟମୋଟ ଦୁର୍ଘଟଣା ଘଟି ଆସୁଥିଲା। ଏହାକୁ ନେଇ ପୂର୍ବରୁ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ତହସିଲ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଥିଲା । ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ଚିକିଟି ଏସଡିପିଓ ବିଶାମିତ୍ର ହରପାଲ, କେ. ନୂଆଗାଁ ଥାନା ଅଧିକାରୀ କିଶୋର ସାମଲ , ଦିଗପହଣ୍ଡି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ. କାର୍ତ୍ତିକେଶ୍ବର ପ୍ରଧାନ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ବରାଜ ପାଣିଗ୍ରାହୀ ସମେତ ବିଦ୍ୟୁତ ବିଭାଗ ଏବଂ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଉପସ୍ଥିତିରେ ରାସ୍ତାର ଉଭୟ ପାର୍ଶରେ ରହିଥିବା ଦୋକାନ ଗୃହ ଓ ବାସଗୃହକୁ ଜେସିବି ମେସିନ ସାହାଯ୍ୟରେ ଭଙ୍ଗା ଯାଇଥିଲା । ସରକାରୀ ରାସ୍ତା ଜବରଦଖଲ କରି ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଘର ଭଙ୍ଗା ନଯିବା କାରଣରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।ଗ୍ରାମର ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବ୍ୟକ୍ତି ଉପସ୍ଥିତ ପୋଲିସ ପ୍ରଶାସନିକ ଅଧିକାରୀ ଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ଙ୍କ ଆଦେଶ ର ନକଲ ଦେଖାଇଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରିନଥିଲେ।ପୂର୍ବରୁ ତହସିଲ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ସର୍ଭେ କରାଯାଇ ଉଚ୍ଛେଦ ପାଇଁ ମାର୍କିଂ କରାଯାଇଥିଲା । ପୂର୍ବରୁ ମାର୍କ କରାଯାଇଥିବା କିଛି ପ୍ରଭାବଶାଳୀ ଙ୍କ ଘର ଓ ଦୋକାନ ଗୃହ ଗୁଡ଼ିକୁ ଭଙ୍ଗା ନଯାଇ ଗରିବ ଅସହାୟ ବଳରାମ ହୋତା ,ମହେଶ୍ୱର ଆଚାରୀ,ପ୍ରଫୁଲ୍ଲ ମିଶ୍ର,ପ୍ରକାଶ ମିଶ୍ର ଙ୍କ ଘର ଭାଙ୍ଗି ଦେବାରୁ ବହୁ ସଂଖ୍ୟକ ଗ୍ରାମବାସୀ ବିରୋଧ କରିଥିଲେ।ଜବରଦଖଲ ଉଚ୍ଛେଦ ସମୟରେ ରାଜସ୍ବ ସୁପ୍ରଭାଇଜର ବାବୁ ସେଠୀ , ତିଳୋତ୍ତମା ଦୋରା , ରାଜସ୍ବ ନୀରିକ୍ଷକ ସୁନିଲ ବେହେରା , ସନାତନ ରଣା , ବିଘ୍ନେଶ୍ୱର ଆଚାର୍ଯ୍ୟ , ଉପେନ୍ଦ୍ର ବେହେରା, ସଂଯୁକ୍ତା ମହାପାତ୍ର , ଅତିରିକ୍ତ ରାଜସ୍ବ ନୀରିକ୍ଷକ ଶିବାଶିଷ ପଟ୍ଟନାୟକ ସମେତ ରାଜସ୍ବ କ୍ଷେତ୍ର କର୍ମଚାରୀ ବୃନ୍ଦ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ କେ.ନୂଆଗାଁ ଥାନା ପକ୍ଷରୁ ୧ ପ୍ଲାଟୁନ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିଲା। ଜବରଦଖଲ ଉଚ୍ଛେଦ ସମୟରେ ପାତର ଅନ୍ତର କରାଯାଇଥିବା ଅଭିଯୋଗକୁ ତହସିଲଦାର ଅସ୍ବୀକାର କରିଛନ୍ତି।ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।ଅପରପକ୍ଷରେ ଗ୍ରାମର ବହୁ ସଂଖ୍ୟକ ସଚେତନ ଜନସାଧାରଣ ଖୁବଶୀଘ୍ର ବ୍ରହ୍ମପୁର ଉପଜିଲାପାଳଙ୍କୁ ସାକ୍ଷାତ କରି ଜବରଦଖଲ ଉଚ୍ଛେଦରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାତର ଅନ୍ତର କରାଯାଇଥିବା ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri