ଆଇଟମ୍‌ ପାଇଁ ଟେନ୍‌ସନ

ଦୀପିକା ପାଦୁକୋନଙ୍କ ଟେନ୍‌ସନ ନିକଟରେ ବଢ଼ିଯାଇଛି। କଥା କ’ଣ କି ତାଙ୍କୁ ଏକ ଅନଟାଇଟଲଡ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଛି। ହେଲେ ସେଥିରେ ଟିକେ କେଁ ରହିଯାଇଛି। କାହାଣୀ ହେଉ ଅବା ନିଜ ଭୂମିକା କେହି କାହାକୁ କମ୍‌ ନୁହେଁ। ହେଲେ ଏଥିରେ ସଂଯୋଜିତ ଏକ ଆଇଟମ୍‌ ନମ୍ବରରେ ଦୀପିକାଙ୍କୁ ନାଚିବାକୁ ଅଫର ଦିଆଯାଇଛି। ଆଉ ଏକଥା ଶୁଣିବା ପରେ ସେ କ’ଣ କରିବେ କିଛି ଠିକ୍‌ କରିପାରି ନାହାନ୍ତି। ଏ ସମ୍ପର୍କରେ ଦୀପିକା କହନ୍ତି, ‘ଫିଲ୍ମଟିର କାହାଣୀ ଏବଂ ସେଥିରେ ମୋ ଭୂମିକା ମୋତେ ବେଶ୍‌ ପ୍ରଭାବିତ କରିଛି, ହେଲେ ଏଥିରେ ଥିବା ଏକ ଆଇଟମ୍‌ ନମ୍ବରରେ ମୋତେ ନାଚିବାକୁ କୁହାଯାଇଛି। ଏ ନେଇ କ’ଣ ନିଷ୍ପତ୍ତି ନେବି ଜାଣିପାରୁନାହିଁ। ସେଥିପାଇଁ ଦୁଇ ସପ୍ତାହ ସମୟ ନେଇଛି। ତା’ ଭିତରେ ମୁଁ ଯାହା ଫାଇନାଲ ଡିସିସନ ନେବି। ତେବେ ଏପରି ପ୍ରପୋଜାଲ୍‌ରେ ଦୀପିକା ରାଜି ହେଉଛନ୍ତି ନା ଅଫରଟିକୁ ହାତଛଡ଼ା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share