ବନ୍ୟା ପରେ ଚିନ୍ତା

ଯାଜପୁର ଅଫିସ,୧୮ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ବନ୍ୟାଜଳ ତଟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଆସିଛି। ସେହି ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତଥାପି ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦୃଢ଼ ପଦକ୍ଷେପ ନେବାରେ ସରକାର ବିଫଳ ହେଉଛନ୍ତି। ବନ୍ୟା ପରେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ କେବଳ ଚିନ୍ତା ବଢ଼ିଛି। ହେଲେ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।

ଯାଜପୁର ଜିଲାରେ ବନ୍ୟା ବିତ୍ପାତ ନୂଆ କଥା ନୁହେଁ। ବର୍ଷାଋତୁ ଆସିଲେ ଯାଜପୁର ଜିଲା ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ଏହିକ୍ରମରେ ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ଆଦି ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ୍‌ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଲୋକମାନେ ସଙ୍ଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ଏବଂ ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କିମି ବନ୍ଧ ଓ ଅପରପାର୍ଶ୍ୱରେ ୧୮୦ କିମି ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧରେ ଯେଭଳି ଘାଇ ନ ହେବ ସେଥିପ୍ରତି ସ୍ଥାୟୀ ପ୍ରତିକାର ହୋଇ ପାରିଲାନାହିଁ। ୨୦୨୦ ଅଗଷ୍ଟ ବନ୍ୟାରେ ଜିଲାରେ ୩୦ ଛୋଟବଡ ଘାଇ ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୧୨ ଜଣଙ୍କ ଜୀବନ ଯାଇଥିଲା। ୨୦୦୫ରେ ମଧ୍ୟ ଅଭୂତପୂର୍ବ ବନ୍ୟା ଦେଖା ଦେଇଥିଲା। ଯେଉଁଥିରେ ଯାଜପୁର ଓ ଭଦ୍ରକ ଜିଲାର ୨୨୦ ଗ୍ରାମର ୧ ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଥିଲେ। ୨୦୧୧ ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲାର ୧୪୨ ଗ୍ରାମ ପଞ୍ଚାୟତର ୪୯୯ ଗ୍ରାମର ୪ ଲକ୍ଷ ୯୧ ହଜାର ୧୧୪ ଲୋକ ଏବଂ ୨ଲକ୍ଷ ୬୧ ହଜାର ୫୪୦ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଥିଲେ। ୨୦୧୫ ଜୁଲାଇ ବନ୍ୟାରେ ୫୭ ପଞ୍ଚାୟତର ୨୧୯ ଗ୍ରାମର ୧,୦୭,୩୧୭ ଲୋକ ପ୍ରଭାବିତ ହୋଇଥିଲେ। ୨୦୧୭ ବନ୍ୟାରେ ଜିଲାର ୯ଟି ବ୍ଲକର ୫୭ଟି ପଞ୍ଚାୟତ ୧୩୨ଟି ଗ୍ରାମର ୧,୨୪,୦୭୬ ଲୋକ ପ୍ରଭାବିତ ହୋଇଥିଲେ। ପାଣିରେ ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୧ ବନ୍ୟା ପରେ ୨୦୨୦ ଅଗଷ୍ଟ ବନ୍ୟା ଅଧିକ ପୀଡ଼ାଦାୟକ ହୋଇଛି ବୋଲି ବନ୍ୟା ବିପନ୍ନମାନେ କହିଥିଲେ। ବୈତରଣୀରେ ଚଳିତ ବନ୍ୟାରେ ଏଯାଏ ୧୧ ପଞ୍ଚାୟତର ୧୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ତଥାପି ଚେତା ପଶିଲା ନାହିଁ, ବରଂ ବନ୍ୟା ପରେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ବନ୍ୟା ଦୁର୍ଗତଙ୍କ ପାଖକୁ ଯାଇ ଦୁଃଖସୁଖ ହେବାର ସୌଭାଗ୍ୟ ପାଇଛନ୍ତି। ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା, ରାସ୍ତାଘାଟର ନିର୍ମାଣ ଆଦି କିପରି ହେବ ସେ ନେଇ ଯୋଜନା ହେଉଛି। ଏଥିରେ ରାଜକୋଷର ବିପୁଳ ପରିମାଣର ଅର୍ଥ ବ୍ୟୟ ହୋଇଥାଏ। ସେଥିରୁ ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମରେ ୨୨ଟି ନାଳ ଦ୍ୱାରା ସଂଯୋଗୀକରଣ କରାଗଲେ ବନ୍ୟାର ପ୍ରକୋପକୁ ଜିଲାରେ ହ୍ରାସ କରାଯାଇପାରନ୍ତା ବୋଲି ପୂର୍ବରୁ ଦାବିପତ୍ର ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବନ୍ୟା ସମୟର ପାଣି ସମୁଦ୍ରକୁ ବୋହି ଯାଉଥିବାରୁ ଖରସ୍ରାତା, ବୁଢା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖଏ ଚେକ୍‌ଡ୍ୟାମ୍‌ କରାଯିବାକୁ ବହୁ ଦିନରୁ ଦାବି ହୋଇ ଆସୁଛି। ବୈତରଣୀ ଉପରମୁଣ୍ଡରେ ଆନନ୍ଦପୁର ବ୍ୟାରେଜ ନିର୍ମାଣ ଅଧାରେ ଅଟକିଛି। ବନ୍ୟା ପ୍ରକୋପରୁ ଜିଲାଟିକୁ ରକ୍ଷା କରିବା ପାଇଁ ପୋତି ହୋଇ ପଡିଥିବା ବ୍ରାହ୍ମଣୀ ନଦୀର ଶଯ୍ୟାକୁ ଖୋଳି ସୁନାବ୍ୟା କରାଯାଇ ପାରିଲା ନାହିଁ। ବ୍ରିଟିଶ ଅମଳରୁ ବ୍ରାହ୍ମଣୀ ନଦୀ ଉପରେ ଜେନାପୁରଠାରେ ନିର୍ମିତ ଆନିକଟ ସମ୍ପୂର୍ଣ୍ଣ ପୋତି ହୋଇ ପଡିଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ତେବେ ବ୍ରାହ୍ମଣୀ ନଦୀର ବିକାଶ ପାଇଁ ଜଳସମ୍ପଦ ବିଭାଗ କମିଶନର ଦେଇଥିବା ପ୍ରତିଶ୍ରୁତି ବ୍ରାହ୍ମଣୀ ନଦୀକୁ ଚିରସ୍ରୋତା କରିବା, ବ୍ରାହ୍ମଣୀ ଓ କେଲୁଅ ନଦୀର ଜେନାପୁରଠାରୁ କାଇପଡା ମଧ୍ୟରେ ୪ଟି ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଆଦି ଅସମାହିତ ରହିଛି। ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନ ଜରିଆରେ ଯାଜପୁର, ରସୁଲପୁର, ଧର୍ମଶାଳା, ବରୀ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଆଳି, ରାଜକନିକା ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ରାଜନେତା ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ସାମିଲ ହୋଇ ବ୍ରାହ୍ମଣୀକୁ ଚିରସ୍ରୋତା କରିବା ନେଇ ଦୀର୍ଘଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି।

ବ୍ରହ୍ମଚାରୀପାଟଣା ଗ୍ରାମର ବିଜୟାନନ୍ଦ ମହାନ୍ତି, ଡୋଭାବିଲ ଗ୍ରାମର ମୃତ୍ୟୁଞ୍ଜୟ ଜେନା ପଞ୍ଚପଡ଼ା ଗ୍ରାମର ଓ୍ବାର୍ଡ ମେମ୍ବର ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ କୁହନ୍ତି ଜଳସେଚନ ବିଭାଗର ୭୫ ବର୍ଷର ଅବହେଳା କାରଣରୁ ଘାଈ ସୃଷ୍ଟି ହେଉଛି। ବୈତରଣୀରୁ ବାହାରିଥିବା କାଣୀ ନଦୀ ମୁହାଁଣରେ ଜଳନିୟନ୍ତ୍ରଣ ପାଇଁ ସ୍ଲୁଇସ ଗେଟ ମାଧ୍ୟମରେ ଜଳ ପରିଚାଳନା କରିବାକୁ ୨୦୦୨ରୁ ଦାବି କରାଯାଉଛି। କିନ୍ତୁ ଏଥିପ୍ରତି ପ୍ରଶାସନିକ ଅବହେଳା କାରଣରୁ ବନ୍ୟାର ସ୍ଥାୟୀ ପ୍ରତିକାର ହୋଇ ପାରୁନାହିଁ। ଏ ଦିଗରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri