ଇଣ୍ଡିଆନ ଓ୍ୱେଲ୍ସ,୫ା୩: ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେନିସ ଖେଳାଳି ଆରିନା ସାବାଲେଙ୍କା ଘୋଷଣା କରିଛନ୍ତି ଯେ, ତାଙ୍କର ବ୍ରାଜିଲିଆନ ବିଜନେସମ୍ୟାନ ଜର୍ଜିଅସ୍ ଫ୍ରାଙ୍ଗୁଲିସ୍ଙ୍କ ସହ ନିର୍ୱନ୍ଧ ସମ୍ପନ୍ନ ହୋଇଛି।
ସାବାଲେଙ୍କା ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ କେତେଟି ଶବ୍ଦର ବ୍ୟବହାର କରାଯାଇଛି। ”ୟୁ ଆଣ୍ଡ୍ ଏଏମ୍ପି; ମି, ଫର୍ଏଭର“ ବୋଲି ଉଲ୍ଲେଖ ରହିଛି। ଏଥିସହିତ ଏକ ମୁଦି ଓ ହାର୍ଟର ଏକ ଇମୋଜି ସଂଲଗ୍ନ କରାଯାଇଛି।
ଏହି ଖବର ପ୍ରସାରିତ ହେବାମାତ୍ରେ ଟେନିସ ଖେଳାଳିମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଥିଲା। ସେମାନଙ୍କ ମଧ୍ୟରେ ରହିଛନ୍ତି କାର୍ଲୋସ ଅଲ୍କାରାଜ, ନୋଭାକ୍ ଜୋକୋଭିଚ୍ ଏବଂ ଆମାଣ୍ଡା ଆନିସିମୋଭା ଅନ୍ୟତମ।

