ଗୋଆରେ ଛୁଟି କାଟୁଛନ୍ତି ତେନ୍ଦୁଲକରଙ୍କ ଝିଅ

ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ସୁପରହିଟ୍‌। ସାରାଙ୍କ ପ୍ରତ୍ୟେକ ଫଟୋ ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ ସାରାଙ୍କର ଏକ ଫଟୋ ଭାଇରାଲ ହେଉଛି। ସାରା ବର୍ତ୍ତମାନ ଗୋଆରେ ଛୁଟି କାଟୁଛନ୍ତି। ସାରା ତାଙ୍କର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ହେଲୋ- ଗୋଆ। ସାରା ଏକ ବ୍ଲୁ ଡ୍ରେସ୍‌ ପିନ୍ଧି ହାତରେ ଫୁଲତୋଡ଼ା ଧରିଛନ୍ତି।

ସାରାଙ୍କ ଏହି ଫଟୋରେ ବଲିଉଡ୍‌ ଗାୟିକା କନିକା କପୁର କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି, ମାଇଁ ଗର୍ଲ। ସାରା ଏବଂ କନିକା ଦୁହେଁ ବହୁତ ଭଲ ସାଙ୍ଗ। ମୁମ୍ବାଇ ହେଉ କି ଲଣ୍ଡନ ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ସାରାଙ୍କର ବହୁତ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଏପରିକି ତାଙ୍କର ଗୋଟିଏ ଫଟୋ ଦେଖିବାକୁ ପ୍ରଶଂସକମାନେ ଚାତକ ପରି ଚାହିଁଥାନ୍ତି।

Share