Categories: Home Leftଖେଳ

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ କିଛି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୨୩ରେ ଲାଗୁ ହୋଇଥିବା ଇମ୍ପାକ୍ଟ ପ୍ଲେୟାର ନିୟମ ଦଳଗୁଡ଼ିକୁ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଥିବା ଯେକୌଣସି ଖେଳାଳିଙ୍କ ବଦଳରେ ପୂର୍ବରୁ ଦିଆଯାଇଥିବା ୫ ଖେଳାଳିଙ୍କ ତାଲିକାରୁ ଯେକୌଣସି ସମୟରେ ସବ୍‌ଷ୍ଟିଚ୍ୟୁଟ କରିବାକୁ ଅନୁମତି ପ୍ରଦାନ କରୁଛି।

ଆଇପିଏଲ୍‌ ନିୟମରେ କିଛି ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ଇମ୍ପାକ୍ଟ ପ୍ଲେୟାର ନିୟମକୁ ବାଦ୍‌ ଦିଆଯିବା ଦରକାର। ଟି୨୦ ଫର୍ମାଟରେ କେବଳ ୨୦ ଓଭର ଖେଳିବାକୁ ମିଳୁଥିବା ବେଳେ ବ୍ୟାଟିଂ ଲାଇନ-ଅପରେ ଆଉ ଜଣେ ବ୍ୟାଟରଙ୍କୁ ସାମିଲ କରିବା ବୋଲରଙ୍କ ଲାଗି ଅନ୍ୟାୟ। ଏହି ଫର୍ମାଟରେ ବୋଲରଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଏହା ସେମାନଙ୍କ ସମସ୍ୟାକୁ ବଢ଼ାଇ ଦେଉଛି। ଏହା ଅସନ୍ତୁଳନ ବୋଲି ସଚିନ ଇଏସ୍‌ପିଏନ୍‌କ୍ରିକଇନ୍‌ଫୋ ଆଓ୍ବାଡର୍‌ସରେ କହିଛନ୍ତି। ଏପରିକି ପାଓ୍ବାରପ୍ଲେ ଢାଞ୍ଚାରେ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ସଚିନ କହିଛନ୍ତି।

Share