Posted inଖେଳ

୨୦୧୧ ବିଶ୍ୱକପ୍‌ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ

ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା। ଏହି ମୁହୂର୍ତ୍ତ ଅନେକ ଖେଳାଳିଙ୍କ ପାଇଁ ଆହୁରି ସ୍ବତନ୍ତ୍ର ଥିଲା। କାରଣ ସେମାନଙ୍କ ପାଇଁ ଏହା ଶେଷ ବିଶ୍ୱକପ ଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସଚିନ ତେନ୍ଦୁଲକର। ଦୁଇ ଦଶନ୍ଧି ଧରି ତେନ୍ଦୁଲକର ଭାରତୀୟ କ୍ରିକେଟରେ ନିଜ ଯୋଗଦାନ ଦେଇଥିଲେ। ଏହି ସମୟରେ ସେ ଅନେକ ରେକର୍ଡ କରିଥିଲେ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ୨୨ ବର୍ଷ ପରେ ବିଶ୍ୱକପ ଜିତିବାର ତାଙ୍କ ସ୍ବପ୍ନ ସାକାର ହୋଇଥିଲା। ତେଣୁ ଏହି ବିଜୟ ତାଙ୍କ ପାଇଁ ସ୍ବତନ୍ତ୍ର ଥିଲା । ସାଥୀ ଖେଳାଳିମାନେ ମଧ୍ୟ ସଚିନଙ୍କ ପାଇଁ ଏହାକୁ ସ୍ବତନ୍ତ୍ର କରିବା ପାଇଁ କୌଣସି ସୁଯୋଗ ହାତଛଡା କରି ନ ଥିଲେ।
ବିଶ୍ୱକପ ଫାଇନାଲରେ ଭାରତର ବିଜୟ ପରେ ବିରାଟ କୋହଲି, ସୁରେଶ ରାଇନା ଏବଂ ୟୁସୁଫ ପଠାନ ସଚିନଙ୍କୁ କାନ୍ଧରେ ନେଇଥିଲେ। ନିକଟରେ ଏକ ୟୁଟ୍ୟୁବ ଶୋ’ରେ ତେନ୍ଦୁଲକର ସେହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଲେ ଏବଂ ତା’ପରେ ସେ କୋହଲି ଏବଂ ପଠାନଙ୍କୁ ଯାହା କହିଥିଲେ ତାହା ପ୍ରକାଶ କରିଥିଲେ। ସଚିନ କହିଛନ୍ତି ଯେ, ବିଶ୍ୱକପ ଜିତିବା ପରେ ବିରାଟ ଏବଂ ୟୁସୁଫ ମୋତେ କାନ୍ଧରେ ବସାଇଥିଲେ। ଆଜି ବି ମୋର ମନେ ଅଛି ସେତେବେଳେ ମୁଁ ଦୁହିଁଙ୍କୁ ଏକ ନିବେଦନ କରିଥିଲି। ସେମାନେ ମୋତେ କାନ୍ଧରେ ବସାଇବା ପୂର୍ବରୁ ମୁଁ ଉଭୟଙ୍କୁ କହିଥିଲି ମୋତେ ପକାଇଦେବ ନାହିଁ। ଆମେ କେବଳ ଏହି ବିଶ୍ୱକପ ଜିତିଲୁ ନାହିଁ, ବରଂ ଏହା ସମଗ୍ର ଦେଶ ପାଇଁ ଏକ ବିଜୟ ଥିଲା। ଏହି ଦିନ ସମସ୍ତଙ୍କ ସ୍ବପ୍ନ ସାକାର ହୋଇଥିଲା ବୋଲି ସଚିନ କହିଛନ୍ତି। ସଚିନ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ ୧୯୮୩ ରେ କପିଲ ଦେବ ବିଶ୍ୱକପ ଉଠାଉଥିବାର ଦେଖିଥିଲି, ଏହା ମୋ ପାଇଁ ଏକ ସ୍ମରଣୀୟ ଅନୁଭୂତି ଥିଲା। ମୁଁ ସେହି ସଫଳତାକୁ ମୋର ସାଙ୍ଗମାନଙ୍କ ସହିତ ପାଳନ କରିଥିଲିି । ମୁଁ ମଧ୍ୟ ଦେଶ ପାଇଁ ବିଶ୍ୱକପ ଜିତିବାକୁ ଚାହୁଁଥିଲି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଯାହା ଘଟିଥିଲା ତାହା ଅବିଶ୍ୱସନୀୟ ଥିଲା। ମୋ କ୍ୟାରିୟରରେ ଏହା ଏକ ଭଲ ଦିନ ଥିଲା।
ସଚିନ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଥିଲେ। ସେ ୯ଟି ମ୍ୟାଚରେ ୫୩ରୁ ଅଧିକ ଆଭ୍‌ରେଜ୍‌ରେ ମୋଟ ୪୮୨ ରନ ସ୍କୋର କରିଥିଲେ। ସେ ଦୁଇ ଶତକ ଏବଂ ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri