Posted inଖେଳ

ତେନ୍ଦୁଲକର ୟୁନିସେଫ୍‌ର ଗୁଡ୍‌ଓ୍ବିଲ ଆମ୍ବାସାଡର

କଲମ୍ବୋ,୮ା୮: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କୁ ୟୁନିସେଫର ଗୁଡ୍‌ଓ୍ବିଲ ଆମ୍ବାସାଡର ଭାବରେ ନିଯୁକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଚିନ୍‌ ସୋମବାର ଦୁଇଟି ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ତାଙ୍କୁ ଦକ୍ଷିଣ ଏସୀୟ ଅଞ୍ଚଳ ପାଇଁ ସ୍ବଚ୍ଛତା ଓ ପରିଚ୍ଛନ୍ନତା ମିଶନର ଆମ୍ବାସାଡର ନିଯୁକ୍ତ କରାଯାଇଥିଲା। ସୋମବାର ସଚିନ୍‌ ଦକ୍ଷିଣ ପଶ୍ଚିମ ସାବରାଗାମୁଓ୍ବା ପ୍ରଦେଶର କେଗାଲେ ଜିଲାସ୍ଥିତ ଦୁଇ ସ୍କୁଲକୁ ଭ୍ରମଣ କରିଥିଲେ। ଏହି ଗସ୍ତ ସମୟରେ ପ୍ରାଇମେରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ସହ ସେ ଆଲୋଚନା କରିଥିଲେ। ଏହା ସହିତ ଉଭୟ ବାଳକ ଓ ବାଳିକାଙ୍କ ସହ କିଛି ସମୟ କ୍ରିକେଟ ମଧ୍ୟ ଖେଳିଥିଲେ ତେନ୍ଦୁଲକର।
ସଚିନ୍‌ଙ୍କ ପରି ଜଣେ କିମ୍ବଦନ୍ତୀ ଆମର ସ୍କୁଲକୁ ଆସିବା ଏକ ଗୌରବମୟ ମୁହୂର୍ତ୍ତ ବୋଲି ରାଜ୍ୟପାଳ ନବୀନ ଦିଶାନାୟକେ ପ୍ରକାଶ କରିଛନ୍ତି। ଦିଶାନାୟକେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଏହି ଖବର ଶେୟାର କରିଛନ୍ତି। ମଙ୍ଗଳବାର କଲମ୍ବୋସ୍ଥିତ ସିନାମନ୍‌ ଲେକ୍‌ ସାଇଡ ସ୍କୁଲରେ ସଚିନ୍‌ ଏକ ଆଲୋଚନାଚକ୍ରରେ ଭାଗ ନେବେ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ୍‌ରେ ପ୍ରଭାବିତ ଶିଶୁମାନଙ୍କ ଉପରେ ମଧ୍ୟ ଆଲୋକପାତ କରାଯିବ ବୋଲି ଦିଶାନାୟକେ ପ୍ରକାଶ କରିଛନ୍ତି। ୟୁନିସେଫ୍‌ ସହିତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜଡିତ ଥିବା ତେନ୍ଦୁଲକର ପୂର୍ବରୁ ଏକାଧିକ ପ୍ରକଳ୍ପରେ କାମ କରି ସାରିଛନ୍ତି। ୨୦୦୩ରେ ଭାରତକୁ ପୋଲିଓ ମୁକ୍ତ କରିବା ପାଇଁ ସଚିନ୍‌ ୟୁନିସେଫ୍‌ ସହ ଯୋଡି ହୋଇଥିଲେ। ୨୦୦୮ରେ ଭାରତରେ ସ୍ବଚ୍ଛତା ଓ ପରିଚ୍ଛନ୍ନତା ସୃଷ୍ଟି କରିବା ପାଇଁ ସେ ଯୋଗ ଦେଇଥିଲେ। ମାନସିକ ଅନଗ୍ରସରତା ବିପକ୍ଷରେ ଲଢେଇ କାର୍ଯ୍ୟକ୍ରମ ‘ବ୍ୟାଟ୍‌ ଫର ବ୍ରେନ୍‌ ଡେଭେଲପମେଣ୍ଟ’ ପାଇଁ ସଚିନ୍‌ ୨୦୧୯ରେ ୩ ଦିନିଆ ନେପାଳ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri