Categories: ଜାତୀୟ

ଫେବୃୟାରୀ ୨ ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ,୧ ।୨: କୃଷକ ଆନ୍ଦୋଳନକୁ ନେଇ ରାଜଧାନୀ ଦିଲ୍ଲୀ ଏବେ ଏକ ପ୍ରକାର ଅଶାନ୍ତ ହୋଇପଡିଛି କହିଲେ ଚଳେ । ୨୬ ଜାନୁୟାରୀ ପରଠାରୁ ଏଠାରେ ଏକ ପ୍ରକାର ଅଶାନ୍ତି ଲାଗି ରହିଛି । ତେଣୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ସୋମବାର ପୁଣିଥରେ ଦିଲ୍ଲୀର ସିନ୍ଧୁ, ଗାଜିପୁର ଓ ଟିକରି ସୀମାରେ ଫେବୃୟାରୀ ୨ ରାତି ୧୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରିଥିବା ବେଳେ ଏହାକୁ ନେଇ ସରକାରଙ୍କ ସହ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରିନାହିଁ ।

Share