ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ, ସବ୍‌ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ଦାବି

ମୁନିଗୁଡ଼ା,୯ା୪(ଡି.ଏନ୍‌.ଏ.): ମୁନିଗୁଡ଼ାରେ ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ ଓ ସବ୍‌ ରେଜେଷ୍ଟ୍ରି ଅଫିସ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଗତ ଅକ୍ଟୋବର ଶେଷ ସପ୍ତାହରେ ରାୟଗଡ଼ା ଜିଲାଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକଙ୍କ ସହ ଏକ ପ୍ରତିନିଧିଦଳ ମୁନିଗୁଡ଼ା ଆସି କୋର୍ଟ ପାଇଁ ଜାଗା ଓ ପାରିପାଶର୍‌ବିକ ବ୍ୟବସ୍ଥା ତଦାରଖ କରିଥିଲେ। ତତ୍କାଳୀନ ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼,ମୁନିଗୁଡାର ବରିଷ୍ଠ ଅଧିବକ୍ତା ବୃନ୍ଦାବନ ଗୌଡ଼,ସୁଧାକର ମହାରଣା ପ୍ରମୁଖଙ୍କ ସହିତ ପ୍ରେସ କ୍ଲବର ସଭ୍ୟମାନଙ୍କ ସହିତ ତହସିଲ ପୁରୁଣା କୋଠାରେ ଅସ୍ଥାୟୀ କୋର୍ଟ ଚାଲୁ କରିବା ପାଇଁ ଆଲୋଚନା ହୋଇଥିଲା। ତତ୍କାଳୀନ ତହସିଲଦାର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାକୁ ସମ୍ମତି ଜଣାଇଥିଲେ। ପରେ ଏକ ମାସ ପରେ ପୁରୁଣା ତହସିଲ କାର୍ଯ୍ୟାଳୟକୁ ଅସ୍ଥାୟୀ କୋର୍ଟ କରିବା ଲାଗି ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆର.ଡି ଡିପାର୍ଟମେଣ୍ଟ ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଜେଏମଏଫସି କୋର୍ଟ ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ଏ ନେଇ ଆରଡି ବିଭାଗର ଉପଖଣ୍ଡ ଯନ୍ତ୍ରୀ ବ୍ରଜକିଶୋର ପଟ୍ଟନାୟକଙ୍କୁ ପଚାରିବାରୁ ଆସନ୍ତା ୧୫ତାରିଖ ସୁଦ୍ଧା କାର୍ଯ ଶେଷ ହେବ ବୋଲି ଜଣାଇଥିଲେ।ସେହିପରି ମୁନିଗୁଡ଼ାରେ ସବ ରେଜେଷ୍ଟ୍ରି କାର୍ଯ୍ୟାଳୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଶୁଣିବାକୁ ମିଳୁଥିଲେ ମଧ୍ୟ ତାହା ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପାଇଁ ମୁନିଗୁଡ଼ା ବିକାଶ ପରିଷଦ,ପ୍ରେସ କ୍ଲବ,ବଜରଙ୍ଗ ଦଳ,ମର୍ଚ୍ଚାଣ୍ଡ ଆସୋସିଏଶନ ସହ ଅନେକ ସାମାଜିକ ଅନୁଷ୍ଠାନ ଜିଲାପାଳ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ବହୁବାର ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଯଥାଶୀଘ୍ର ମୁନିଗୁଡ଼ା ଜେଏମଏଫସି କୋର୍ଟ ମୁନିଗୁଡାର ଜନ ସାଧାରଣଙ୍କ ସେବାରେ କାର୍ଯ୍ୟକାରୀ କରାଇବା ସହିତ ଯଥାଶୀଘ୍ର ସବ ରେଜିଷ୍ଟ୍ରି ଅଫିସ କାର୍ଯ୍ୟକାରୀ କରିବା ପାଇଁ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri