ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ, ସବ୍‌ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ଦାବି

ମୁନିଗୁଡ଼ା,୯ା୪(ଡି.ଏନ୍‌.ଏ.): ମୁନିଗୁଡ଼ାରେ ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ ଓ ସବ୍‌ ରେଜେଷ୍ଟ୍ରି ଅଫିସ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଗତ ଅକ୍ଟୋବର ଶେଷ ସପ୍ତାହରେ ରାୟଗଡ଼ା ଜିଲାଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକଙ୍କ ସହ ଏକ ପ୍ରତିନିଧିଦଳ ମୁନିଗୁଡ଼ା ଆସି କୋର୍ଟ ପାଇଁ ଜାଗା ଓ ପାରିପାଶର୍‌ବିକ ବ୍ୟବସ୍ଥା ତଦାରଖ କରିଥିଲେ। ତତ୍କାଳୀନ ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼,ମୁନିଗୁଡାର ବରିଷ୍ଠ ଅଧିବକ୍ତା ବୃନ୍ଦାବନ ଗୌଡ଼,ସୁଧାକର ମହାରଣା ପ୍ରମୁଖଙ୍କ ସହିତ ପ୍ରେସ କ୍ଲବର ସଭ୍ୟମାନଙ୍କ ସହିତ ତହସିଲ ପୁରୁଣା କୋଠାରେ ଅସ୍ଥାୟୀ କୋର୍ଟ ଚାଲୁ କରିବା ପାଇଁ ଆଲୋଚନା ହୋଇଥିଲା। ତତ୍କାଳୀନ ତହସିଲଦାର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାକୁ ସମ୍ମତି ଜଣାଇଥିଲେ। ପରେ ଏକ ମାସ ପରେ ପୁରୁଣା ତହସିଲ କାର୍ଯ୍ୟାଳୟକୁ ଅସ୍ଥାୟୀ କୋର୍ଟ କରିବା ଲାଗି ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆର.ଡି ଡିପାର୍ଟମେଣ୍ଟ ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଜେଏମଏଫସି କୋର୍ଟ ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ଏ ନେଇ ଆରଡି ବିଭାଗର ଉପଖଣ୍ଡ ଯନ୍ତ୍ରୀ ବ୍ରଜକିଶୋର ପଟ୍ଟନାୟକଙ୍କୁ ପଚାରିବାରୁ ଆସନ୍ତା ୧୫ତାରିଖ ସୁଦ୍ଧା କାର୍ଯ ଶେଷ ହେବ ବୋଲି ଜଣାଇଥିଲେ।ସେହିପରି ମୁନିଗୁଡ଼ାରେ ସବ ରେଜେଷ୍ଟ୍ରି କାର୍ଯ୍ୟାଳୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଶୁଣିବାକୁ ମିଳୁଥିଲେ ମଧ୍ୟ ତାହା ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପାଇଁ ମୁନିଗୁଡ଼ା ବିକାଶ ପରିଷଦ,ପ୍ରେସ କ୍ଲବ,ବଜରଙ୍ଗ ଦଳ,ମର୍ଚ୍ଚାଣ୍ଡ ଆସୋସିଏଶନ ସହ ଅନେକ ସାମାଜିକ ଅନୁଷ୍ଠାନ ଜିଲାପାଳ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ବହୁବାର ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଯଥାଶୀଘ୍ର ମୁନିଗୁଡ଼ା ଜେଏମଏଫସି କୋର୍ଟ ମୁନିଗୁଡାର ଜନ ସାଧାରଣଙ୍କ ସେବାରେ କାର୍ଯ୍ୟକାରୀ କରାଇବା ସହିତ ଯଥାଶୀଘ୍ର ସବ ରେଜିଷ୍ଟ୍ରି ଅଫିସ କାର୍ଯ୍ୟକାରୀ କରିବା ପାଇଁ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri