ମୁକୁଳା ଟ୍ରାନ୍ସଫର୍ମରରେ ଲାଗିଲା ଅସ୍ଥାୟୀ ବାଡ଼

ରସୁଲପୁର,୨୫ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବାଜରର ବିଜୁ ଗ୍ରାମୀଣ ବଜାର ବିଏସ୍‌ ଆଗ୍ରୋ ଡିଲର ପଏଣ୍ଟ୍‌ ସମ୍ମୁଖରେ ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ଅସ୍ଥାୟୀ ବାଉଁଶବାଡ଼ ବୁଲାଇବା ଦିଗରେ ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଅଧିକାରୀ ତପତ୍ରତା ଦେଖାଇଛନ୍ତି। ବିଭାଗର ଅବହେଳା ଯୋଗୁ ଏକ ଜନଗହିଳପୂର୍ଣ୍ଣ ଓ ଲକ୍ଷ୍ମୀନାରାୟଣ ପୂଜା ଅବସରରେ ଭକ୍ତଙ୍କ ସମାଗମ ସ୍ଥାନରେ ଟ୍ରାନ୍ସଫର୍ମରଟି ବିପଦପୂର୍ଣ୍ଣ ଭାବରେ ଖୋଲା ପଡିଥିଲା। ଏନେଇ ଧରିତ୍ରୀରେ ଶୁକ୍ରବାର ଖବର ପ୍ରକାଶ ପାଇଥିଲା। ପରେ ଟ୍ରାନ୍ସଫର୍ମର ଚତୃପାର୍ଶ୍ୱରେ ଏକ ଅସ୍ଥାୟୀ ବାଡ଼ ବୁଲାଇ ଟ୍ରାନ୍ସଫର୍ମର ସ୍ଥଳକୁ ସୁରକ୍ଷିତ କରାଯାଇଛି। ଲକ୍ଷ୍ମୀନାରାୟଣ ପୂଜା ଅବସରରେ ଉକ୍ତ ଟ୍ରାନ୍ସଫର୍ମର ଚାରିପଟେ ଦୋକାନ ବଜାର ଘେରି ରହିଛି। ଭକ୍ତଙ୍କର ଭିଡ ଜମୁଥିବାରୁ ଏହି ସ୍ଥାନରେ ସ୍ଥାୟୀ ଲୁହାବାଡ ଲଗାଇବା ସମ୍ଭବପର ହେଉନାହିଁ। ପୂଜା ସରିଯିବା ପରେ ଅସ୍ଥାୟୀ ବାଡକୁ ହଟାଇ ଦିଆଯାଇ ଏକ ସ୍ଥାୟୀ ବାଡ଼ ଲଗାଇବା ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ତେବେ ଖବର ପ୍ରସାରଣ ପରେ ସମସ୍ୟା ସମାଧାନ ହୋଇପାରିଥିବାରୁ ଜନସାଧାରଣଙ୍କୁ ଚିନ୍ତାରୁ ମୁକ୍ତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri