Categories: ଜାତୀୟ

ମନ୍ଦିର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ : ଷ୍ଟାଲିନ…

ଚେନ୍ନାଇ,୪।୧୨ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରବିବାର କହିଛନ୍ତି ଯେ ମନ୍ଦିରଗୁଡ଼ିକ ଜନସାଧାରଣଙ୍କ ପାଇଁ ଏବଂ ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ତିରୁଭନମିୟୁରସ୍ଥିତ ଅରୁଲମିଗୁ ମରୁନଥିଶ୍ୱର ମନ୍ଦିରରେ ୩୧ ଦମ୍ପତିଙ୍କ ଏକ ସାମୁହିକ ବିବାହ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ କିଛି ଲୋକ ଡିଏମକେ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସମସ୍ତ ଜାତିର ପୁରୋହିତ ନିଯୁକ୍ତିକୁ ବିରୋଧ କରୁଛନ୍ତି। ସେ କହିଛନ୍ତି, ଏହା ଏକ ରାଜତନ୍ତ୍ର ହେଉ କିମ୍ବା ଗଣତନ୍ତ୍ର, ମନ୍ଦିରଗୁଡ଼ିକ କେବଳ ଜନସାଧାରଣଙ୍କ ପାଇଁ। ଯେ କୌଣସି ପ୍ରକାରର ସରକାରଙ୍କ ଶାସନ ହେଉ ପଛେ ମନ୍ଦିରଗୁଡ଼ିକ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ସେ କହିଛନ୍ତି, ଜଷ୍ଟିସ ପାର୍ଟି ସମୟରେ ଏଚଆର ଆଣ୍ଡ ସିଇ ବିଭାଗ ଗଠନ କରାଯାଇଥିଲା।

ଡିଏମକେ ଅବଦାନକୁ ମନେ ପକାଇ  ଷ୍ଟାଲିନ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ନେତୃତ୍ୱ ସରକାରରେ ଅଧିକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟ ସରକାର ୩,୭୦୦ କୋଟି ଟଙ୍କା ମୂଲ୍ୟର ମନ୍ଦିର ଜମିରୁ ହୋଇଥିବା ଅତିକ୍ରମଣ ହଟାଇଥିଲେ। ସେହିପରି ଜଣେ ମହିଳାଙ୍କୁ ପୁରୋହିତ ଭାବରେ ନିଯୁକ୍ତ କରିଛନ୍ତି ବୋଲି ସେ କହିଛନ୍ତି।

Share