ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କର ତତ୍ତ୍ୱାବଧାନରେ ଏବଂ ସହକାରୀ ପ୍ରଫେସର ସସ୍ମିତା ବେହେରାଙ୍କର ସହଯୋଗରେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରୀଛାତ୍ର ପଣା ବଣ୍ଟନ କରିଥିଲେ। ତାପମାତ୍ରା ବୃଦ୍ଧି ପାଉଛି। ତେଣୁ ଲୋକଙ୍କୁ ରାସ୍ତା କଡ଼ରେ ପାଣି, ପଣା ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଷ୍ଠାନକୁ ଆହ୍ବାନ କରାଯାଇଛି। ତେଣୁ କଲେଜ ଛାତ୍ରୀଛାତ୍ରମାନେ ଆଜି ପଣା ବଣ୍ଟନ କରିଥିଲେ।